ଆସିକା ଥାନା ପକ୍ଷରୁ ଥାନାଧିକାରୀ ପ୍ରଶାନ୍ତ ସାହୁଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ  ଅନଷ୍ଠିତ 

ଆସିକା ଥାନା ପକ୍ଷରୁ ଥାନାଧିକାରୀ ପ୍ରଶାନ୍ତ ସାହୁଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ  ଅନଷ୍ଠିତ 

0 0
Read Time:1 Minute, 44 Second

ଆସିକା ଥାନା ପରିସରରେ  ଏସ୍. ଡି. ପି.ଓ ଉମାକାନ୍ତ ଚରଣ ସିଂ ଙ୍କ ସଭାପତିତ୍ବରେ ବିଦାୟକାଳୀନ ସମ୍ବୋର୍ଦ୍ଧନା ମହୋତ୍ସବ ଅନୁଷ୍ଠିତ ହୋଇଥିଲା l ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ମହୋତ୍ସବରେ ଆସିକାର ନୂତନ ଭାରପ୍ରାପ୍ତ ଥାନା ଅଧିକାରୀ ପି. ସ୍ବରୂପ କିଷାନ , ଧରାକୋଟ ଥାନାଧିକାରୀ ମମତା ସାମନ୍ତରା, ପାଟପୁର ଥାନା ଅଧିକାରୀ ସବ୍ୟସଚୀ ମାଲ, ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ, ସୋରଡ଼ା ଥାନା ଅଧିକାରୀ ରମେଶ ପ୍ରଧାନ, ବଡ଼ଗଡ଼  ଥାନା ଅଧିକାରୀ ସୁରଜ୍ ଝଙ୍କାର , କୋଟିନଡ଼ା ଥାନା ଅଧିକାରୀ କୃଷ୍ଣ ସାହା, ଶେରଗଡ଼  ଥାନା ଅଧିକାରୀ ମନୋଜ ପ୍ରଧାନ, ଆସିକା  ବିଡ଼ିଓ ଫକୀର ଚରଣ ପରିଡ଼ା, ଆସିକା ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ଵେଜ଼  ପ୍ରମୁଖ ଉପସ୍ଥିତ ଥିଲେ l ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁଙ୍କ ପ୍ରୟାସରେ ସର୍ବ ଭାରତୀୟ ସ୍ତରରେ ଆସିକା ଆଦର୍ଶ ଥାନା ବେଷ୍ଟ ପୋଲିସଷ୍ଟେସନ ଅଫ୍ ଇଣ୍ଡଆ ଟ୍ରଫି ହାସଲ କରି ଆସିକା ପାଇଁ ସର୍ବ ଭାରତୀୟ ସ୍ତରରେ ଗୌରବ ଆଣିଥିଲେ l ଶ୍ରେଷ୍ଠ ପୋଲିସ ଅଫିସର ଭାବେ ୨୦୧୧ ରେ ଡିଜିପି ମେଡାଲ, ୨୦୨୦ ରେ ମୁଖ୍ୟମନ୍ତ୍ରୀ ଆୱାଡ, ୨୦୨୨ ରେ ଗଭର୍ଣ୍ଣର ଆୱଡ ହାସଲ କରିଥିଲେ l ସେ ଜଣେ ଦକ୍ଷ ନିର୍ଭୀକ ସଚ୍ଚୋଟ ଅଧିକାରୀ ଭାବେ ସୁଚାରୁ ରୂପେ ନିଜର କାର୍ଯ୍ୟ ତୁଲାଇ ଥିଲେ l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍