ଗ୍ରାମରେ ହନୁ ମାଙ୍କଡ ପଲଙ୍କ ଆତଙ୍କ । ଭୟରେ ଗ୍ରାମବାସି । ଘର ବାହାରିବାକୁ ଯିବାକୁ ଭୟ କରୁଛନ୍ତି ଲୋକେ। ଦଳ ଦଳ ମାଙ୍କଡ ଗାଁ ଭିତରେ ଓ ରାସ୍ତା ପାର୍ଶ୍ବରେ କରୁଛନ୍ତି ଉପାତ । ବାରଣ୍ଡାରେ କି ଘରେ ବସିଥିବା ଲୋକଙ୍କୁ ହଟାତ୍ ଆକ୍ରମଣ କରି କରୁଛନ୍ତି ରକ୍ତାକ୍ତ । ରାସ୍ତାରେ ଯାଉଥିବା ଲୋକଙ୍କ ଉପରକୁ କୁଦାମାରି କାମୁଡି ଦେଉଥିବାରୁ ଲୋକେ ଘରୁ ବାହାରକୁ ବାହାରିଲେ ହାତରେ ବାଡି ଧରି ଭୟରେ ଯାଉଛନ୍ତି । ଏପରି ମାଙ୍କଡ ପଲଙ୍କ ଆତଙ୍କ ଦେଖିବାକୁ ମିଲିଛି ଗଂଜାମ ଜିଲ୍ଲା ଆସିକା ବ୍ଲକ ଧୋବାଡି ଗ୍ରାମରେ।
ଗଂଜାମ ଜିଲ୍ଲା ଆସିକା ବ୍ଳକ ଧୋବାଡି ଗ୍ରାମରେ ଦୁଇ ମାସ ହେବ ହନୁ ମାଙ୍କଡଙ୍କ ଆତଙ୍କ ବଢିବାରେ ଲାଗିଛି । ଗାଁ ରେ ସହ ସହ ସଂଖ୍ୟକ ମାଙ୍କଡ ଦିନକୁ ଦିନ ଉପଦ୍ରବ ବୃଦ୍ଧି କରୁଥିବ। ବେଳେ ଏବେ ଲୋକଙ୍କୁ ହଟାତ୍ ଆକ୍ରମଣ କରି କାମୁଡି ଲହୁଲୁହାଣ କରୁଛନ୍ତି ।ଫଳରେ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବିଷେଶ କରି କଲେଜ ଛକ ଠାରୁ ଧୋବାଡି, ମାଗୁରା, ଭେଙ୍କଟରାଇପଲ୍ଲୀ, ହରିଡାପଦର, ମଣ୍ଟପଡା ଆଦି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଧୋବାଡି ନିକଟରେ ଏହି ମାଙ୍ଗଡ ଦଳ ରହି ରାସ୍ତାରେ ରହୁଛନ୍ତି।। ଯାଉଥିବା ଗାଡି ସମ୍ମୁଖକୁ ହଟାତ୍ ଏମାନେ ଆସିବା ଯୋଗୁ ବହୁ ସମୟରେ ଦୃଘଟଣା ମଧ୍ୟ ହେଉଛି ବୋଲି ଗ୍ରାମର ଲୋକେ ଅଭିଯୋଗ କରିଛନ୍ତି।
ଧୋବାଡି ଓ ଆଖପାଖ ଗାଁ ରେ ମାଙ୍କଡ ଦଳ ବିଭିନ୍ନ ଉପଦ୍ରବ କରୁଥିଲେ ମଧ୍ୟ ଏବେ ସାଧାରଣ ଲୋକଙ୍କ ଉପରକୁ ଆକ୍ରମଣ କରିବା ଫଳରେ ଲୋକେ ଅତିଷ୍ଠ ହେଲେଣି ।ଗତ ଦୁଇ ମାସ ଭିତରେ କେବଳ ଧୋବାଡି ଗ୍ରାମର ଛୋଟ ପିଲା ସହ ବୟସ୍କ ଲୋକଙ୍କୁ ମିସାଇ ୧୦ ରୁ ଉଦ୍ଦ ଲୋକ ମାଙ୍କଡ କାମୁଡାର ଶିକାର ହୋଇଛନ୍ତି । କିଏ ଟିଉସନ୍ ଯାଉଥିବା ସମୟରେ ତ କିଏ ବଜାର କାମରେ ଯିବା ବେଳେ ଆଉ କିଏ ଘର ବାରିପଟେ କାମ କରୁଥିବା ବେଳେ ମାଙ୍କଡଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଧୋବାଡି ର ମଞ୍ଜୁଳା ବେହେରା ନାମକ ଜଣେ ମହିଳା ଘରେ ଖାଇ ବାସିଥିବା ବେଳେ ଗୋଟିଏ ମାଙ୍କଡ ତାଙ୍କ ହାତକୁ କାମୁଡି ଦେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଆସିକା ମେଡିକାଲକୁ ଅଣା ଯାଇଥିଲା। ସେଠାରେ ହାତରେ ୨୮ ସିଲେଇ ପଡିଥିଲା ।ଏହି ରାସ୍ତା ଦେଇ ଗାଁ ଲୋକେ ହନୁ ମାଙ୍କଡଙ୍କ ଏପରି ଆତଙ୍କ ବିଷୟରେ ଆସିକା ରେଞରକୁ ମଧ୍ୟ ପୁର୍ବରୁ ଅବଗତ କରିଥିଲେ । ବନ ବିଭାଗ ଗାଁ ରେ ପାହଂଚି କେବଳ ମାଙ୍କଡ ଦଳକୁ ଦେଖି ଘଉଡ଼ାଇ ଫେରି ଯାଇଛନ୍ତି ବୋଲି ଆସିକା ରେଞ୍ଜର ପ୍ରମୋଦ କୁମାର ପଣ୍ଡା କହିଛନ୍ତି।

