Read Time:1 Minute, 11 Second
ଆସିକା ଥାନା ଅନ୍ତର୍ଗତ ସୁମନ୍ତପଲ୍ଲୀରେ ଦୁଇ ଭାଇଙ୍କ ପରିବାର ମଧ୍ୟରେ ଜମି ବିବାଦ ଉଗ୍ର ରୂପ ନେଇଛି। ସାଇକେଲ ଚେନ ପଞ୍ଝା ଓ ଛୁରା ମାଡ଼ର ଗୋଟିଏ ପରିବାରର 3 ଜଣ ଗୁରୁତର ହୋଇ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆହାତ ସୁବାସ ଗୌଡ଼(40),କାଶୀନାଥ ଗୌଡ଼(70) ଓ ରେଣୁକା ଗୌଡ଼(30) ଚିକିତ୍ସାଧିନ ହେଉଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଥାଉକି ଉକ୍ତ ଗ୍ରାମର କାଶୀନାଥ ଗୌଡ଼ ଓ ତାଙ୍କର ବଡ ଭାଇ ଙ୍କ ପାରିବାରିକ ବିବାଦ ହେଉଛି ଜମିକୁ ନେଇ। ବଡ଼ ଭାଇ ନି ସନ୍ତାନ ଥିବାରୁ ସେ ଅନ୍ୟ ଜଣକୁ ଦତ୍ତ ପୁତ୍ର କରିଛନ୍ତି। ଏହାକୁ ନେଇ ଜମିର ଭାଗବଣ୍ଟା ବିବାଦ ରହିଥିଲା । ଆଜି ହଟାତ ଏହି ଏକଥାକୁ କେନ୍ଦ୍ରକରି କଥା କଟାକଟି ହେବାପରେ ଏ ଅଘଟଣ ଘଟିଛି। ପୋଲିସ ଶବିଶେଷ ତଦନ୍ତ କରି ଆକ୍ରମଣକାରିଙ୍କୁ ଅଟକ ରଖିଥିବା କୁହାଯାଉଛି।




