ଆସିକାରେ ଅହିଂସା ରଥ କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା

0 0
Read Time:2 Minute, 25 Second

ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସମଗ୍ର ରାଜ୍ୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅହିଂସା ଓ ଜାତୀୟତାର ବାର୍ତ୍ତା ବହନ କରି ପରିଭ୍ରମଣ କରୁଥିବା ଅହିଂସା ରଥକୁ ଆସିକାରେ ବ୍ଲକ ଓ ଏନ ଏ ସି ପ୍ରଶାସନ ତରଫରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ରଥ ହିଂଜିଳି ବ୍ଲକରୁ ବାହାରି ଚେରମାରିଆ ଠାରେ ପହଞ୍ଚିବା ପରେ  ସେଠାରେ ସାଂସଦ ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ବାଇଁ, ବ୍ଲକ୍ ଅଧ୍ୟକ୍ଷା ତ୍ରିବେଣୀ ନାହାକ,ଏନ ଏ ସି ଅଧକ୍ଷା ବିନେତା ସ୍ୱାଇଁ,ନାଚିକେତ ସ୍ବାଇଁ,ସତ୍ୟନାରାୟଣ ସ୍ୱାଇଁ, ଭଗବାନ ସାହୁ,ମନୋଜ ଦୋରା ସମେତ ପ୍ରଶାସନିକ ଅଧିକାରୀ ବି ଡି ଓ  ଫକୀର ଚରଣ ପରିଡା,ତହସିଲଦାର ସଞ୍ଜୟ ସାମନ୍ତରାୟ, ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ,ଆସିକା ଉପଖଣ୍ଡ ଅଧିକାରୀ ଉମାଶାଙ୍କର ସିଂ,ଥାନା ଅଧିକାରୀ ପ୍ରଶାନ୍ତ ସାହୁ ଏବଂ ସରପଞ୍ଚ,ସମିତି ସଭ୍ୟ, ନିର୍ବାଚିତ ପ୍ରତିନିଧି, ସ୍କୁଲ,କଲେଜ ଛାତ୍ରଛାତ୍ରୀ, ମହିଳା ଓ ଯୁବ ସଙ୍ଗଠନ  ଅହିଂସା ରଥ କୁ  ପାଛୋଟି ଆଣିଥିଲେ।ବସଷ୍ଟାଣ୍ଡ,ବିନାୟକ ବଜାର,କୋର୍ଟ ଛକ,ବଜାର ସାହି, ତଲୁକା ଦେଇ ବ୍ଲକ ଏବଂ ଥାନା ସମ୍ମୁଖରେ ରଥକୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ସଭାର ଆୟୋଜନ ହୋଇଥିଲା।ଏହି ଅବସରରେ ଅହିଂସା ରଥ ର ରାଜ୍ୟ ସଂଯୋଜକ, ଡି ଏସ ଏସ ଓ ,ଜିଲ୍ଲା ସଂସ୍କୃତି ଅଧିକାରୀ  ଏବଂ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ରହିଥିଲେ।  ଗାନ୍ଧିଜୀଙ୍କ ସମେତ ଦେଶ ସ୍ୱାଧୀନତା ପାଇଁ ନିଜକୁ ଜଳାଞ୍ଜଳି ଦେଇଥିବା ବୀର ସଂଗ୍ରାମୀ ମାନଙ୍କର ଜୀବନୀ ଓ ସ୍ମୃତି ଉପରେ ଏକ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶନ ସହ ଗଞ୍ଜାମ କଳା ପରିଷଦର କଳାକାର ମାନଙ୍କ ଦ୍ବାରା ଅହିଂସା ନାଟକ ପରିବେଷଣ କରାଯାଇଥିଲା। ମିଶନ ଶକ୍ତି,ସ୍ଵୟଂ ସହାୟକ ଗୋଷ୍ଠୀ,ଏନ ସି ସି ଏବଂ ଅନ୍ୟାନ୍ୟ ସ୍ବେଛାସେବୀ ମନେ ଏଥିରେ ସହଯୋଗ କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ