କାତ୍ତ୍ୟ।ୟନି ରୂପେ ଷଷ୍ଠୀ  ଦିନରେ ମାଁ  ଖମ୍ବେଶ୍ୱରୀ  ଠାକୁରାଣୀ  ପୂଜା ପାଇଲେ

କାତ୍ତ୍ୟ।ୟନି ରୂପେ ଷଷ୍ଠୀ  ଦିନରେ ମାଁ  ଖମ୍ବେଶ୍ୱରୀ  ଠାକୁରାଣୀ  ପୂଜା ପାଇଲେ

0 0
Read Time:1 Minute, 44 Second

ଆସିକାର ଅରାଧ୍ୟ ଦେବୀ ମା ଖମ୍ବେଶ୍ୱରୀ ଠାକୁରାଣୀଙ୍କ ନବରାତ୍ର ପୂଜାର ଷଷ୍ଠ ଦିବସରେ ମାଙ୍କୁ  କାତ୍ତ୍ୟ।ୟନି ରୂପେ ପୂଜା ହୋଇଛି।ନବଦିନାତ୍ମକ ପୂଜାର ଷଷ୍ଠ  ଦିବସରେ ଦିନ ତାମମ ପୂଜାପାଠ, ହୋମଯଜ୍ଞ,ଅନ୍ନଯଜ୍ଞ ଓ  ଚଣ୍ଡୀପାଠ ଅନୁଷ୍ଠିତ ହୋଇଥିଲା।ପ୍ରାତଃ କାଳରୁ ଦେବୀଙ୍କ ଦ୍ୱାର ଫିଟାନୀତି,ସ୍ନାନଵିଧି ପରେ ମାଙ୍କ ଦର୍ଶନ ଆରମ୍ଭ ହୋଇଥିଲା।ଭକ୍ତମାନେ ନିଜର ଅଖଣ୍ଡଦୀପ ମାଙ୍କ ପୀଠରେ ପ୍ରଜ୍ବଳନ କରି  ନିଜ ମନସ୍କାମନା ପୂର୍ଣ ପାଇଁ ମାନସିକ କରିଛନ୍ତି l ପଣ୍ଡିତ ଦୟାନିଧି ଦାସଙ୍କ ଦ୍ଵାରା ଚଣ୍ଡୀ ପାଠ, ଆଚାର୍ଯ୍ୟ ଭାବେ ମହେନ୍ଦ୍ର ଶତପଥୀ ପ୍ରଚାରକ ଦାଇତ୍ୱ ତୁଲାଇଥିଲେ ସନ୍ତୋଷ ତ୍ରିପାଠୀ l ପରିଚାଳନା କମିଟିର ସଭାପତି ସତ୍ୟନାରାୟଣ ସ୍ୱାଇଁ,ସଦସ୍ୟ ମନୋଜ ମୁନୀ,ସଚିଦାନଦ ଖଟ୍ଟାଇ ,ଅର୍ଚକ ବୃନ୍ଦ ,ଗ୍ରାମବାସୀ ଙ୍କ ସହଯୋଗରେ ପୂଜାର୍ଚ୍ଚନା ଚାଲିଥିଲା।ସେହିଭଳି  ଆସିକା ର ଶ୍ୟାମାକାଳୀ ମନ୍ଦିର, ଦଣ୍ଡକାଳୀ ମନ୍ଦିର, ଠାକୁରାଣୀ ମନ୍ଦିର, କାଳଷଣ୍ଢପୁର ଦଣ୍ଡ କାଳି ମନ୍ଦିର ଭଳି ଅଞ୍ଚଳ ର ସମସ୍ତ ଦେବୀ ପୀଠ ରେ ନଵଦିନାତ୍ମକ ପୂଜାର ଦ୍ୱିତୀୟ ଦିବସ ପୂଜା ମହାସମହର ରେ ପାଳିତ ହୋଇଛି l ସମସ୍ତ ମନ୍ଦିର ର ପରିଚାଳନା କମିଟି, ଗ୍ରାମବାସୀ ସହଯୋଗ ଏଥିରେ ସହଯୋଗରେ  ସମାପ୍ତ ହୋଇଛି l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ସ୍ପେଶାଲ୍ ରିପୋର୍ଟ