ଷ୍ଟେଟବ୍ୟାଙ୍କ କିଓସ୍କ ପରିଚାଳକ ୱେଲଫର ଏସୋସିଏସନ ପକ୍ଷରୁ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

ଷ୍ଟେଟବ୍ୟାଙ୍କ କିଓସ୍କ ପରିଚାଳକ ୱେଲଫର ଏସୋସିଏସନ ପକ୍ଷରୁ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

0 0
Read Time:1 Minute, 26 Second

ଆସିକା ପୁଡୁଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ଜିଲ୍ଲା ଷ୍ଟେଟବ୍ୟାଙ୍କ କିଓସ୍କ ପରିଚାଳକ ୱେଲଫର ଏସୋସିଏସନ ପକ୍ଷରୁ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବ୍ୟାଙ୍କ ଓ ବି. ସି .ପକ୍ଷରୁ  ସି. ଏସ. ପି . ଅପରେଟରଙ୍କ ଉପରେ ହେଉଥିବା ତାଗିଦ,କଟକଣା ଏବଂ କୋଡ଼ କେନସିଲ କରିଦେବାକୁ ଦିଆଯାଉଥିବା ଧମକ ଉପରେ ଜିଲ୍ଲା କମିଟି ବିସ୍ତୃତ ଆଲୋଚନା କରିଥିଲେ।ବିକଳ୍ପ ବ୍ୟବସ୍ଥା ନେଇ ଅନେକ ମତ ଆସିଥିଲା।ରାଜ୍ୟ ସଙ୍ଘରେ ସାମିଲ ହୋଇ ସମ୍ପ୍ରତି ଉପୁଜିଥିବା ସମସ୍ୟା ସମାଧାନ କରାଯିବା ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ଏହି ମାଧ୍ୟମରେ ଯଦି ସୁଧାର ନଆସିବ ତାହାହେଲେ ସଙ୍ଘ ଆନ୍ଦୋଳନର ପନ୍ଥା ହାତକୁ ନେବେବୋଲି ସର୍ବସମ୍ମତି ପ୍ରକାଶ ପାଇଥିଲା।ଜିଲ୍ଲା ସଭାପତି ରବୀନ୍ଦ୍ର ନାଥ ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସମ୍ପାଦକ ଶେସଦେଵ ବେହେରା , ସୁରେଶ ସାହୁ,ସୁଦାମ ପାତ୍ର,ଚନ୍ଦ୍ରଶେଖର ସୁବୁଦ୍ଧି,ମନୋଜ ମୁନୀ,ରବି ନାରାୟଣ ମହାପାତ୍ର,ସୂର୍ଯ୍ୟ ସ୍ବାଇଁ ସମେତ ଦୁଇ ଶହରୁ ଉର୍ଦ୍ଧ୍ବ ସିଏସ ପି ଅପରେଟର ଯୋଗ ଦେଇଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ