ଧରାକୋଟ ରେ କୃଷି ରଥର ଶୁଭାରମ୍ଭ

ଧରାକୋଟ ରେ କୃଷି ରଥର ଶୁଭାରମ୍ଭ

0 0
Read Time:2 Minute, 7 Second

କୃଷକ ହେଉଛି ଦେଶର ମେରୁଦଣ୍ଡ । କୃଷି ଓ କୃଷକର ବିକାଶ ରେ ହିଁ ଦେଶର ପ୍ରକୃତ ବିକାଶ ସାଧନ ହୋଇଥାଏ ।ସଂପ୍ରତି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସସସ୍ତୀ କରଣ ବିଭାଗର ତରଫରୁ ଧରାକୋଟ କୃଷି କାର୍ଯ୍ୟଳୟ ତରଫରୁ କୃଷକ ମାନଙ୍କ ସଚେତନତା ପାଇଁ କୃଷି ରଥର ଶୁଭାରମ୍ଭ ହୋଇଯାଇଛି ।ବ୍ଲକ୍ କୃଷି ଅଧିକାରୀ ବିଶ୍ଵନାଥ ବେହେରାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୃଷି ରଥର ଶୁଭାରମ୍ଭ ପତାକା ଦେଖାଇ ଆରମ୍ଭ କରିଥିଲେ। ଅନ୍ୟତମ ଅତିଥି ଭାବରେ ବି ଡି ଓ ଡେନିସ ବେହେରା,ତହସିଲଦାର କବିରାଜ ପ୍ରଧାନ,କୃଷି ଜିଲ୍ଲା ଅଧିକାରୀ ନିରଞ୍ଜନ ମହାନ୍ତି,ସରପଞ୍ଚ ପୁନିଆ ଦାସ,ପୂର୍ବତନ ସରପଂଚ ଦିଲୀପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ।କୃଷି ଭିତ୍ତିକ କାର୍ଯ୍ୟକ୍ରମ ଉପରେ ସଚେତନତା ,କୃଷକ ଓଡ଼ିଶା ପଞ୍ଜିକରଣ,ବଳରାମ ଯୋଜନା,ଗୋ ସୁଗମ,ବିହନ ବିଶୋଧନ,ମୃତ୍ତିକା ନମୁନା ପରୀକ୍ଷା,ସ୍ବାସ୍ଥ୍ୟ କାର୍ଡ, ଇ ରୋଗ ସର୍ବେକ୍ଷଣ ପରିଚାଳନା,ଆଖୁ ଚାଷ,ଧାଡ଼ି ରୁଆ ଧାନ ଚାଷ,ଡାଲି ଫସଲ,ସବୁଜ ସାର ଧାନ ଚାଷ, ସମନ୍ମିତ୍ କୃଷି ପ୍ରଣାଳୀ ସହ ମୋ ସେବା କେନ୍ଦ୍ର ପଞ୍ଜିକରଣ ମାଗଣାରେ କରି ସରକାରଙ୍କ ସମସ୍ତ କୃଷି ସମ୍ବନ୍ଧୀୟ କାର୍ଯ୍ୟକ୍ରମର ଫାଇଦା ନେବା ସମ୍ପର୍କରେ ପଥ ପ୍ରାନ୍ତ ନୃତ୍ୟ ନାଟକ ମାଧ୍ୟମରେ ଏହି କୃଷି ରଥ ସମସ୍ତ ଅଠର ଗୋଟି ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିବ। ଆଜି ପ୍ରଥମ ଦିନ ରେ ସିଙ୍ଗି ପୁର, ଜାହାଡା, ଜଗ ମୋହନ, ଝରପାରି ଓ ଝାଡବନ୍ଧ ପଞ୍ଚାୟତ କୁ କୃଷି ରଥ ପରିକ୍ରମା କରିବ ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories