ଧରାକୋଟ,ଯୁବକ ପାଇଲେ ଜ୍ୟୋତିଷ ଶ୍ରୀ ଉପାଧି

ଧରାକୋଟ,ଯୁବକ ପାଇଲେ ଜ୍ୟୋତିଷ ଶ୍ରୀ ଉପାଧି

0 0
Read Time:1 Minute, 48 Second

ଧରାକୋଟ ବ୍ଲକର ସୀଙ୍ଗିପୁର ଗ୍ରାମର ଟୁନା ମୁନିଙ୍କ ପୁତ୍ର କ୍ରୀଷ୍ଣା କୁମାର ମୁନି ମାତ୍ର କୋଡ଼ିଏ ବର୍ଷ ବୟସରେ ସ୍ୱଳ୍ପ ଶିକ୍ଷାଗତ ଯୋଗ୍ୟତା ରହିଥିଲେ ସୁଧା ବହୁ ପ୍ରତିଭାର ଅଧିକାରୀ ହୋଇ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ପୁରସ୍କୃତ ହୋଇ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି । ପୂଜା ପଦ୍ଧତି,ଜ୍ୟୋତିଷ ଶାସ୍ତ୍ର,ପ୍ରବଚନ, କରାଟେ ଆଦିରେ ସେ ନିଜ ନିପୁଣତା ହାସଲ କରିଛନ୍ତି।ଚଳିତ ମାସ ରେ ଭୁବନେଶ୍ୱର ବୁଦ୍ଧ ମନ୍ଦିର ରେ ଉତ୍କଳ ବିକାଶ ପରିଷଦ ପକ୍ଷରୁ ତାଙ୍କୁ ଜ୍ୟୋତିଷ ଶାସ୍ତ୍ର,ଯୋଗ, ପ୍ରଣାୟମ,ପୂଜା ଉପାସନାରେ ଉତ୍କର୍ଷତା ପାଇଁ ସେବାରତ୍ନ ସମ୍ମାନ 2022 ପ୍ରଦାନ ସହ ପୁରସ୍କାର ମାନ ପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଛି। ସେହିପରି ଅର୍ଗସ ଟିଭି ର ସତେଜ ସକାଳର ଅତିଥି ଭାବରେ ତାଙ୍କୁ ନିମନ୍ତ୍ରିତ କରାଯାଇଥିବା ବେଳେ ଖୋର୍ଦ୍ଧା ସ୍ଥିତ ମା ମଙ୍ଗଳା ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ବେଛାସେବୀ ସମ୍ମାନ ଏବଂ ରାଜସ୍ଥାନର ବିଦ୍ୟାଧର ନଗର 
 ଜୟପୁର ର ପାଲ ବାଲାଜୀ ଜ୍ୟୋତିଷ ସଂସ୍ଥାନ ତରଫରୁ ଜ୍ୟୋତିଷ ଶାସ୍ତ୍ର ରେ ଉତ୍କର୍ଷତା ପାଇଁ ଜ୍ୟୋତିଷ ଶ୍ରୀ ଉପାଧି ପ୍ରଦାନ କରାଯାଇଛି । ଜଣେ ସ୍ୱଳ୍ପ ଶିକ୍ଷାଗତ ଓ ସ୍ୱଳ୍ପ ବୟସର କିଶୋର ନିଜଯୁବ ପ୍ରତିଭାର ଏପରି ପ୍ରଦର୍ଶନ କରି ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories