ଦୁଇ କୋଟି ଟଙ୍କାର ରକ୍ତ ଚନ୍ଦନ କାଠ ସହ ୧୧ଜଣିଆ ଗ୍ୟାଙ୍ଗ ଗିରଫ

ଦୁଇ କୋଟି ଟଙ୍କାର ରକ୍ତ ଚନ୍ଦନ କାଠ ସହ ୧୧ଜଣିଆ ଗ୍ୟାଙ୍ଗ ଗିରଫ

0 0
Read Time:2 Minute, 17 Second

ଆନ୍ଧ୍ର ପୁଲିସ୍ ହାତରେ ଧରାପଡିଛନ୍ତି ଆନ୍ତର୍ଜ।ତୀୟ ଚନ୍ଦନ ତସ୍କରୀର ୧୧ ଜଣିଆ ଗ୍ୟାଙ୍ଗ। ଏହି୧୧ ଜଣଙ୍କ ମଧ୍ୟରେ ଗଜପତି ଜିଲ୍ଲା ଗଣ୍ଡାହାତୀ ଅଞ୍ଚଳର ୪ ଜଣ ରହିଛନ୍ତି। ଏହି ଗ୍ୟାଙ୍ଗର ଅନ୍ୟ ୪ ଜଣ ଫେରାର୍ ଥିବା ବେଳେ ସେମାନଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଥିବା ଶ୍ରୀକାକୁଲମ୍ ଏସପି ରାଧୀକା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଗିରଫ ଯୁବକମାନଙ୍କ ମଧ୍ୟରେ ଆନ୍ଧ୍ର ଓ ତାମିଲନାଡୁ ର 7 ଜଣ ଥିବା ବେଳେ
ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅନ୍ତର୍ଗତ ଗଣ୍ଡାହାତୀ ଅଞ୍ଚଳର ମାର୍କଣ୍ଡ ସାବତ,ଅଭିଜିତ ଭୂୟାଁ,ବାରିକି ପ୍ରଧାନ।
ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ରାଜାମପେଟାର ଜବତ ଆଇଚର ଗାଡିର ମାଲିକ ଶେଖ୍ ସାହିର ବାସା, ଜବତ କାରର ମାଲିକ ଗଣେଷ କୁମାର ପଣ୍ଡା, ଗଣ୍ଡାହାତୀ ଅଞ୍ଚଳର ସାମୁଏଲ ଏବଂ ଚେନ୍ନାଇର ପ୍ରବୀଣ ଫେରାର୍ ଥିବା ଏସପି ସୂଚନା ଦେଇଛନ୍ତି।
ଏମାନଙ୍କ ନିକଟରୁ ୪ହଜାର ୨ ଶହ କିଲୋ ଓଜନର ୩୯୬ ଖଣ୍ଡ ରକ୍ତ ଚନ୍ଦନ କାଠ ଜବତ ହୋଇଛି। ଏଥିସହ ଆଇଚର ଗାଡି( ନଂ ଏପି-୩୯ ଏନଜି-୮୮୮୬ ) ଏବଂ ଏକ କାର୍ (ନଂ . ଓଡି-୦୨ଏଡି-୧୨୮୫ ) ଜବତ ହୋଇଛି। ଏମାନଙ୍କ ନିକଟରୁ ୩୫ ହଜାର ଟଙ୍କା ନଗଦ ଏବଂ ୧୪ ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ ହୋଇଥିବା ଏସପି କହିଛନ୍ତି। ଜବତ ରକ୍ତ ଚନ୍ଦନ କାଠର ଆନୁମାନିକ ମୂଲ୍ୟ ଦୁଇ କୋଟିରୁ ଅଧିକ ହେବ ବୋଲି ଶ୍ରୀକାକୁଲମ୍ ଏସପି କହିଛନ୍ତି। ଏମାନଙ୍କ ନାଁରେ ଆନ୍ଧ୍ରର ବିଭିନ୍ନ ଥାନାରେ ୧୦ଟି ମାମଲା ରହିଥିବା ମଧ୍ୟ ସେ କହିଛନ୍ତି।
ଏହି ଜବତ କାଠ ଗଜପତି ଜିଲ୍ଲା ର ଗଣ୍ଡାହାତି ରୁ ଆନ୍ଧ୍ର ର ତିରୁପତି ଯାଇ ସେଠାରୁ ଚେନ୍ନାଇ ଚାଲାଣ ହୁଅନ୍ତା, ଏତେ ଦୁର୍ଲଭ ତଥା ମୂଲ୍ୟବାନ କାଠ ଚାଲାଣ ହେବା ବେଳେ ଗଜପତି ପୋଲିସ କିମ୍ୱା ବନ୍ ବିଭାଗ କେମିତି ଟେର ପାଇଲେନି ତାହା ବଡ ଆଶ୍ଚର୍ଯ୍ୟ ର ବିଷୟ ପାଲଟିଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍