ପ୍ରଶାସନ ନଶୁଣିବାରୁ ବର୍ଷାରେ ଧୋଇଯିବା ରାସ୍ତାକୁ ନିର୍ମାଣ କରୁଛନ୍ତି ଗ୍ରାମବାସୀ ।

ପ୍ରଶାସନ ନଶୁଣିବାରୁ ବର୍ଷାରେ ଧୋଇଯିବା ରାସ୍ତାକୁ ନିର୍ମାଣ କରୁଛନ୍ତି ଗ୍ରାମବାସୀ ।

0 0
Read Time:54 Second

ଲଗାଣ ବର୍ଷାରେ ଗ୍ରାମର ମୁଖ୍ୟ ରାସ୍ତା ଧୋଇଗଲା ପରେବି ଶୁଣିଲେନି କି ଦେଖିଲେନି ସରକାର। ନିରୁପାୟ ହୋଇ ୧୫ ଦିନରୁ ଉର୍ଦ୍ଧ୍ବ କଷ୍ଟ ଭୋଗିବା ପରେ ଗ୍ରାମବାସୀ ନିଜ ଗାଁ ରାସ୍ତାକୁ ସଜାଡିବା ପାଇଁ ଅଣ୍ଟା ଭିଡ଼ିଲେ ଝିଅ , ବୋହୂ , ଯୁବକ ଯୁବତୀ। ଏମିତିକି ପ୍ରତ୍ୟେକ ପରିବାରରୁ ଜଣେ ସଦସ୍ୟ ରାସ୍ତା କାର୍ଯ୍ୟରେ ଲାଗିଛନ୍ତି । ସୁନ୍ଦରଗଡ ଜିଲ୍ଲା କୋଈଡା ବ୍ଳକର କଦମଢ଼ି ଗ୍ରାମର ଏଭଳି ପରିସ୍ଥିତି । ବର୍ଷାଦିନ ଆସିଲେ ଦେଖା ଦିଏ ରାସ୍ତାର ଏଭଳି ସମସ୍ୟା । ସ୍ଥାୟୀ ପ୍ରତିକାର ନହେଲେ କଣ ହେଲା କିନ୍ତୁ ଗ୍ରାମବାସୀ ମିଶି ରାସ୍ତାଟିଏ ନିର୍ମାଣ କରି ସମଗ୍ର ଜିଲ୍ଲାରେ ଉଦାହରଣ ସାଜିଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories