Read Time:58 Second
ସୁନ୍ଦର ଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ର ପଙ୍କ ଡ଼ିହି ନିକଟ ଜଡ଼ା ଗ୍ରାମର ମୁନି ଓରାମ ଜଣେ ବୃଦ୍ଧା ଗତ୧୮ତାରିଖ ଜନ୍ମାଷ୍ଟମୀରୁ ନିଖୋଜ ଥିଲେ। ପରିବାର ଲୋକଖୋଜା ଖୋଜି କରିବା ପରେ ଗୁରୁଣ୍ଡିଆ ଥାନା ରେ ଏତଲା ଦେବାପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ଏବଂ ସନ୍ଦେହ ରେ ଅଂଚଳ ର ତିନି ଜଣଙ୍କୁ ଅଟକ ରଖି ପଚରା ଉଚୁରା କରିବା ପରେ ପୋଲିସ ହାତରେ ସୁରକ ଲାଗିଥିଲା। ସୁରାକକୁ ଆଧାର କରି ବ୍ରହ୍ମଣୀ ନଦୀରେ ଓଡ୍ରାଫ୍ଟ ଟିମ,ତିନିଟି ଥାନାର ପୋଲିସ ବିଭିନ୍ନ ଅଂଚଳ ରେ ଖୋଜା ଖୋଜି କରି ଥିଲେ ସୁଦ୍ଧା ମହିଳା ଙ୍କ ର କୌଣସି ପତା ମିଳି ନଥିଲା,ଗୁଣି ଗାରେଡି ସନ୍ଦେହ ରେ ହତ୍ୟା କରି ନଦୀରେ ଭଷାଇ ଦେଇଥିବା ଅଭିଯୋଗ ହୋଇଛି।

