Read Time:49 Second
ଜାତୀୟ ରାଜପଥ 59 ର ଧରାକୋଟ ବ୍ରିଜ ନିକଟରେ ଏକ ଇଣ୍ଡିଗୋ କାର OD O2 N 2655 ଦିନ ଗୋଟାଏ ବେଳେ ଭାର ସାମ୍ୟ ହରାଇ ରାସ୍ତା କଡକୁ ଏକ ବିଦ୍ୟୁତ୍ ଖୁଣ୍ଟ ସହ ଧକ୍କା ହୋଇ ଓଲଟି ପଡିଛି। ଭୁବନେଶ୍ୱର ରୁ ଦାରିଂବାଡି କାର କୁ ନେଇ ଯାଉଥିବା ଚାଳକ କିରଣ ପ୍ରଧାନ ଙ୍କ ଆଖି ହଠାତ ଲାଗିଯିବାରୁ କାର ଟି ଅଚାନକ ଋଷିକୁଲ୍ୟା କେନାଲ ପାର୍ଶ୍ୱ ଜାତୀୟ ରାଜପଥ କଡକୁ ନିୟନ୍ତ୍ରଣ ହରାଇ ଚାଲିଯାଇ ଏକ ବିଦ୍ୟୁତ୍ ଖୁଣ୍ଟରେ ବାଜି ଓଲଟି ପଡ଼ିଥିଲା। ତୁରନ୍ତ ଗାଡି ଭିତରୁ ଚାଳକକୁ ବାହାର କରି ଧରାକୋଟ ମେଡ଼ିକାଲରେ ଭର୍ତି କରାଯାଇଛି ।

