Read Time:43 Second
ଗୋପ ବ୍ଲକ ଅନ୍ତର୍ଗତ ରହଁl ଗରୋଡା ଗାଁ ରେ ବନ୍ୟା ପାଣିରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ମହିଳାଙ୍କ ନାଁ ବବିତା ମାର୍ଥା । ସେ ଜଣେ ସ୍ୱାମୀ ପରିତ୍ୟକ୍ତ। । । ସେ ତାଙ୍କ ବାପଘରେ ରହୁଥିଲେ । ପୂର୍ବରୁ ତାଙ୍କର ବାତ ରୋଗ ଥିଲା । ଶୌଚ ହେବାପାଇଁ ଯିବାବେଳେ ବାତ ମାରିବା ଯୋଗୁଁ ପାଣିରେ ପଡି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଗାଁ ଲୋକେ ପାଣିରୁ ଉଦ୍ଧାର କରି ନିମାପଡା ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

