ଧରାକୋଟ ସ୍ଥିତ ବାଲ୍ମୀକେଶ୍ଵର ଅନାଥ ଆଶ୍ରମ ସୋସାଇଟୀର ଶିଶୁ କନ୍ୟା ଚାନ୍ଦିନୀକୁ ଭୁବନେଶ୍ଵର ସହରର ଦମ୍ପତ୍ତି ମନୋଜ କୁମାର ଦାଶ ଓ କ୍ରୀଷ୍ଣାଞ୍ଜଳି ଦାଶ ପୋଷ୍ୟ ସନ୍ତାନ ପାଳନ (Foster Care) ରୂପେ ଗ୍ରହଣ କରିଛନ୍ତି । ସରକାରଙ୍କର କିଶୋର ନ୍ୟାୟ ନିୟମ ଅନୁସାରେ ଗଞ୍ଜାମ ଜିଲ୍ଲାର ଉତ୍କଳ ବଳାଶ୍ରାମ ବ୍ରହ୍ମପୁର ଠାରେ କାର୍ଯ୍ୟ କରୁଥିବା ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରର ଉଦ୍ୟମ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଗଞ୍ଜାମ, ଶିଶୁ ମଙ୍ଗଳ କମିଟି ଗଞ୍ଜାମର ସହମତିରେ ଏହି ପଦକ୍ଷେପ ଗ୍ରହଣ କରାଯାଇଅଛି । ପୋଷ୍ୟ ପିତା ଓ ମାତାଙ୍କ ସହ ଅନୁଷ୍ଠାନର ସମ୍ପାଦକ ଉପେନ୍ଦ୍ରଭାଞ୍ଜ ପଣ୍ଡା ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି ସହମତି କରିଥିଲେ ଓ ଶିଶୁର ସର୍ବାଙ୍ଗୀନ ବିକାଶ ଦିଗରେ ପରିବାର ହେଉଛି ଏକ ସର୍ବୋତ୍ତମ ସ୍ଥାନ ଅଟେ ବୋଲି ମତବ୍ୟକ୍ତ କରିଥିଲେ । ପିତୃ ମାତୃହରା ଶିଶୁଟିର ପରିବାରରେ ପାଳିତ ପିତା ମାତା ମିଳିଥିବାରୁ ଶିଶୁର ମନରେ ଉତ୍ସାହ ଦେଖାଦେଇଥିଲା । ଏହି ଅବସରରେ ଏକ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ପରିଚାଳକ କେ. ଟୁନା ଦୋରାଙ୍କ ସଭାପତିତ୍ଵରେ ଓ ସମ୍ମାନିତ ଅତିଥି ଭାବେ ଶିଶୁ ସୁରକ୍ଷା ୟୁନିଟର ସୁରକ୍ଷା ଅଧିକାରୀ ଶୁଶାନ୍ତ କୁମାର ସାହୁ ,ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରର ଅରୁନ୍ଧତୀ ସ୍ଵାଇଁ , ଧରାକୋଟ ସ୍ଥିତ ବାଲ୍ମୀକେଶ୍ଵର ଅନାଥ ଆଶ୍ରମ ସୋସାଇଟୀର ଭରପ୍ରାପ୍ତ ଅଧିକାରୀ ପି. ଗୀତାଞ୍ଜଳି ଦୋରା, ପରିବିକ୍ଷଣ ଅଧିକାରୀ ପ୍ରସାଦ କୁମାର ଗୌଡ, ନିଲାଞ୍ଚଳ ମିଶ୍ର, ରଞ୍ଜିତ ଗୌଡ, ହାଉସ ଫାଦର ସୁନୀଲ ଚନ୍ଦ୍ର ସ୍ଵାଇଁ , ହାଉସ ମଦର ଭାରତୀ ଗୌଡ, ଲୋକନାଥ ଦାସ , ପ୍ରବୀଣ କୁମାର ମିଶ୍ର , ପ୍ରମିଳା କୁମାରୀ ବେହେରା, ଏ. ସୁନିତା କୁମାରୀ , ଅମିତା ସାହୁ,ବସନ୍ତ କୁମାର ମୁନି ଓ ନାରାୟଣ ବରାଡ ସମସ୍ତ କର୍ମଚାରୀ ଓ ଶିଶୁ ମାନେ ଉପସ୍ଥିତ ଥିଲେ । ଅତିଥିଙ୍କୁ ଶିଶୁ ମାନେ ସଙ୍ଗୀତ ମାଧ୍ୟମରେ ସ୍ଵାଗତ ଜଣାଇଥିଲେ । ପରିବାରରେ ପିତାମାତାଙ୍କର ସ୍ନେହା ଶ୍ରଦ୍ଧା ଶିଶୁ ପ୍ରତି କିପରି ରହିବା ଦରକାର ଓ ଶିଶୁର କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ, ଶିଶୁ ପ୍ରଥମେ ପୋଷ୍ୟ ପାଳିତ ପିତା ଓ ମାତାଙ୍କ ନିକଟରେ ୩ ମାସ ରହିଲା ପରେ କିଶୋର ନ୍ୟାୟ ନିୟମ ଅନୁଯାୟୀ ପୁଣି ମାଜିଷ୍ଟ୍ରେଟଙ୍କ ଆଦେଶ ସ୍ବୀକୃତି ହେଲା ପରେ ସଂପୂର୍ଣ୍ଣ ପୋଷ୍ୟ ସନ୍ତାନ ଭାବେ ପାଳିତ ପିତା ମାତାଙ୍କୁ ହସ୍ତାନ୍ତର କରାଯିବ । ପାଳିତ ପିତା ମାତା ଉଭୟ ଶିଶୁର ସର୍ବାଙ୍ଗୀନ ବିକାଶ ଦିଗରେ ଦାୟିତ୍ଵ ସଠିକ ଭାବେ ନିର୍ବାହ କରିବା ପାଇଁ ମତବ୍ୟକ୍ତ କରିଥିଲେ । ଶେଷରେ ପରିଚାଳକ କେ. ଟୁନା ଦୋରା ଶିଶୁ କନ୍ୟା ଚାନ୍ଦିନୀଙ୍କୁ ସମସ୍ତଙ୍କର ଉପସ୍ଥିତିରେ ଭୁବନେଶ୍ବର ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଥିଲେ । ଦମ୍ପତ୍ତି ଶିଶୁକନ୍ୟାର ଭଲ ନାମ “ ଚାନ୍ଦିନୀ ଦାଶ ” ନାମରେ ଆଜିଠାରୁ ପରିଚିତ ବୋଲି ଘୋଷଣା କରିଥିଲେ ।
ଶିଶୁ କନ୍ୟା ଚାନ୍ଦିନୀକୁ ପୋଷ୍ୟ ସନ୍ତାନ ପାଳନ କଲେ ଭୁବନେଶ୍ଵର ଦମ୍ପତ୍ତି
Read Time:3 Minute, 50 Second

