ଆସିକାର ତଲୁକା ଛକ ସ୍ଥିତ ଶହୀଦ ଉମାକାନ୍ତ ପ୍ରତିମୂର୍ତ୍ତି ଠାରେ କାରଗିଲ ବିଜୟ ଉତ୍ସବ ପାଳନ କରାଯାଇଛି।ଦେଶ ମାତୃକା ଲାଗି ନିଜ ଜୀବନ କୁ ବାଜି ଲଗାଇ ସହିଦ ହୋଇଥିବା ଆସିକା ମାଟି ର ପୁଅ ଉମାକାନ୍ତ ପଟ୍ଟନାୟକ ଙ୍କୁ ଆଜି ବି ନିଜ ଜନ୍ମ ମାଟି ଝୁରୁଛି। ଗତ ୨୦୦୦ ମସିହା ମଇ ମାସ ୩୧ ତାରିଖ ରେ କାରଗିଲ ମାଟିରେ ଶତ୍ରୁ ପକ୍ଷ ସୈନ୍ୟ ଙ୍କ ଗୁଳି ରେ ସହିଦ ହୋଇଥିଲେ. ସ୍ୱର୍ଗତ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ଉପରେ ନେତୃତ ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା. ତାଙ୍କର ଅଭୁଲା ବିରତ୍ୱ କୁ ଶ୍ରୁତି ଚରଣ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା |ଏଥିରେ ଆସିକା ଏନ ଏ ସି ଅଧକ୍ଷା ବିନେତା ସ୍ୱାଇଁ,ବିଡ଼ିଓ ରୋଶନ ଶତପଥୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ,ନଗର ବିଜେଡି ସଭାପତି ସତ୍ୟନାରାୟଣ ସ୍ୱାଇଁ, ବିଜୁ ଯୁବ ଜନତାଦଳର କର୍ମୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ ସ୍ମୃତିଚାରଣ କରିଥିଲେ।

