ଆସିକା କଲେଜ ପରିଚାଳନା କମିଟି ଅଧିନସ୍ଥ ଅଧ୍ୟାପକ ଓ କର୍ମଚାରୀଙ୍କ ପ୍ରତୀକାତ୍ମକ ଅନୁଦାନ ସତ୍ୟାଗ୍ରହ

ଆସିକା କଲେଜ ପରିଚାଳନା କମିଟି ଅଧିନସ୍ଥ ଅଧ୍ୟାପକ ଓ କର୍ମଚାରୀଙ୍କ ପ୍ରତୀକାତ୍ମକ ଅନୁଦାନ ସତ୍ୟାଗ୍ରହ

0 0
Read Time:2 Minute, 43 Second

ଆସିକା ବିଜ୍ଞାନ ମହାବିଦ୍ୟାଳୟ ପରିଚାଳନା କମିଟି ଅଧିନସ୍ଥ ଅଧ୍ୟାପକ ଓ କର୍ମଚାରୀଙ୍କ ଦ୍ବାରା  ଓସନାଲିଆ (ଓଡ଼ିଶା ଷ୍ଟେଟ୍ ନନ୍ ଗଭର୍ଣ୍ଣମେଣ୍ଟ ଲେକ୍ଚର୍ସ ଏଣ୍ଡ୍ ଏମ୍ପ୍ଳୟିସ୍ ଆସୋସିଏସନ୍) ମହାସଂଘର ଆହ୍ବାନକ୍ରମେ ଏକ ପ୍ରତୀକାତ୍ମକ ଅନୁଦାନ ସତ୍ୟାଗ୍ରହ ଓଡ଼ିଶା ରାଜ୍ୟ ସରକାରଙ୍କ ବିରୁଦ୍ଧରେ ହୋଇଯାଇଛି।  ଦୀର୍ଘ ୧୩ ବର୍ଷ ଧରି ପରିଚାଳନା କମିଟିର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଅଦ୍ୟାବଧି ମହାବିଦ୍ୟାଳୟର ସମସ୍ତ କାର୍ଯ୍ୟ ଏବଂ ଦାୟିତ୍ବକୁ ସୂଚାରୁରୂପେ ସଂପାଦନ କରିଆସୁଛନ୍ତି। ତଥାପି ରାଜ୍ୟ ସରକାର ନିଜର ନାର୍ଯ୍ୟ ଅନୁଦାନ ଦେବା ପାଇଁ କୁଣ୍ଠାବୋଧ କରୁଛନ୍ତି। ରାଜ୍ୟରେ କାଳିଆ ଯୋଜନା, ପିଠାଯୋଜନା, ହରିଶ୍ଚନ୍ଦ୍ର ଯୋଜନା, ଆହାର ଯୋଜନା କଲେ ମଧ୍ୟ ମହାବିଦ୍ୟାଳୟ ର ପରିଚାଳନା କମିଟି ଅଧିନସ୍ଥ ଅଧ୍ୟାପକ ଓ କର୍ମଚାରୀଙ୍କ ପ୍ରତି ଓଡ଼ିଶା ସରକାର ବୈମାତୃକ ମନୋଭାବ ପୋଷଣ କରିଆସୁଛନ୍ତି। ବର୍ଷ ବର୍ଷ ଧରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ବଳମୟ କଲେ ସୁଦ୍ଧା ସେମାନଙ୍କୁ ସରକାର କୌଣସି ଅନୁଦାନର ପରିସରଭୁକ୍ତ କରୁନାହାଁନ୍ତି। ଯେହେତୁ ସମସ୍ତଙ୍କୁ ପରିଚାଳନା କମିଟି ଦ୍ବାରା ପ୍ରାପ୍ତ ସ୍ବଳ୍ପ ମିଆଦି ଦରମା ଯାହାକି ସରକାରଙ୍କ ନିର୍ଦ୍ଧାରିତ କୁଶଳି ଓ ଅଣକୁଶଳି ଶ୍ରମିକଙ୍କ ଦୈନିକ ମଜୁରୀ ଠାରୁ ମଧ୍ୟ କମ୍  ପାରିଶ୍ରମିକ ପାଉଥିବାରୁ ଆଜିର ମହଙ୍ଗା ମାଡ ଦୁନିଆରେ ରେ ପରିବାର ଭରଣପୋଷଣ କରିବା କଷ୍ଟସାଧ୍ୟ ହୋଇପଡୁଛି। ସେଥିପାଇଁ ଦୀର୍ଘ ୯୭ ଦିନ ଧରି ଆଜି ଆମର ସଂଘ ରାଜ୍ୟର ପ୍ରତ୍ୟେକ କଲେଜ ସ୍ତରରୁ ଆରମ୍ଭ କରି ଭୁବନେଶ୍ବର ରାଜରାସ୍ତାରେ ଧାରଣାରେ ଦଣ୍ଡାୟମାନ ହୋଇଅଛି। ସରକାରଙ୍କ ନିର୍ବାଚନ ପ୍ରକ୍ରିୟା ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ଉତ୍ତର ଖାତା ମୂଲ୍ୟାଙ୍କନ କାର୍ଯ୍ୟ ସମସ୍ତ ଦାୟୀତ୍ବକୁ ସୂଚାରୁ ରୂପେ ସଂପାଦନ କଲେ ମଧ୍ୟ ସରକାର କୌଣସି ଅନୁଦାନ ଦେଉନାହାନ୍ତି। ସମସ୍ତ କର୍ମଚାରୀ ବୟସର ଅପରାହ୍ନରେ ପହଞ୍ଚିସାରିଲେଣି। ତେଣୁ ଆମ ମହାବିଦ୍ୟାଳୟର ଦୁଇ ଜଣ ଅଧ୍ୟାପକ ସରୋଜ କୁମାର ପଣ୍ଡା, ରାଜେଶ୍ କୁମାର ସାହୁ ଏବଂ ୨୧ ଜଣ କର୍ମଚାରୀ ସତ୍ୟାଗ୍ରହରେ ଯୋଗ ଦେଇଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍