Read Time:1 Minute, 4 Second
ବହୁମୁଖୀ ପ୍ରତିଭାର ଅଧିକାରୀ ତଥା ବରିଷ୍ଠ ଆଇନଜୀବୀ ସୁଶାନ୍ତ ବିଶ୍ବାଳଙ୍କ ଦ୍ୱାଦଶ ତିଥିରେ ସ୍ମୃତି ଚାରଣ ସଭା ତାଙ୍କ ଜନ୍ମମାଟି ଚଢ଼େୟାପଲ୍ଲୀ ଠାରେ ଅନୁଷ୍ଠିତ ହୋଇଛି।ଆସିକା ଓକିଲ ସଙ୍ଘ, କଳାକାର ସଙ୍ଘ, ବିଭିନ୍ନ ରାଜନୈତିକ ଦଳ ସମେତ ଗ୍ରାମବାସୀ ତଥା ପରିବାର ବନ୍ଧୁବର୍ଗ ସ୍ମୃତି ସଭାରେ ଉପସ୍ଥିତ ରହି ସ୍ବର୍ଗତ ସୁଶାନ୍ତଙ୍କ ବହୁମୁଖୀ ପ୍ରତିଭାର ଅଧିକାରୀ ବୋଲି ବର୍ଣ୍ଣନା କରି ସେ ଜଣେ ପେଷାରେ ଆଇନଜୀବୀ ,ହେଇଥିଲେ ମଧ୍ୟ ଅଂଚଳରେ ଜଣେ ମଞ୍ଚ କଳାକାର ସହ ରାଜନୈତିକ ଭାବେ ଜଣାଶୁଣା।

ଏପରିକି ସେ ଜଣେ ଭଦ୍ର, ଅମାୟକ,ପରୋପକାରୀ ଏବଂ ସ୍ନେହବଚ୍ଛଳ ବ୍ୟକି ବୋଲି ତାଙ୍କର ସ୍ମୃତି ଚାରଣ କରାଯାଇଥିଲା। ଏଭଳି ଦୁଃଖଦ ପରିସ୍ଥିତିରେ ଶୋକ ସନ୍ତପ୍ତ ପାରିବରକୁ ପ୍ରଭୁ ସଦୟ ହୁଅନ୍ତୁ ବୋଲି ପ୍ରାଥନା କରିଥିଲେ।

