ଧରାକୋଟ ସ୍ଥିତ କଳା ବିକାଶ କେନ୍ଦ୍ର ଠାରେ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆସିକା ପୋଷ୍ଟାଲ ସୁପରିଟେଣ୍ଡନ୍ତ ଗୋପେସ ଚନ୍ଦ୍ର ଦାସ,ପୂର୍ବ ଡିଭିଜନ ଇନିସପେକ୍ଟର କ୍ରୀଷ୍ଣାନନ୍ଦ, ମେଲ ଓଭର୍ସର ଗୋପାଳ କୃଷ୍ଣ ପ୍ରଧାନ,ପି ଓ ଦୀପକ ପାଣିଗ୍ରାହୀ ଓ ସନ୍ଦୀପ ସାହୁ ପ୍ରମୁଖ ଯୋଗ ଦେଇଥିବାବେଳେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଅଞ୍ଜଳି ସ୍ୱାଇଁ ମେଳାକୁ ଉଦଘାଟନ କରିଥିବାବେଳେ ସ୍ଥାନୀୟ ସରପଞ୍ଚ ପୁନିଆ ଦାସ ଅଥିତି ଭାବେ ଯୋଗ ଦେଇଥିଲେ। ମେଳାରେ ଗ୍ରାମୀଣ ଡାକ ଜୀବନ ବୀମା,ppf, ସମଇକ ଜମା, ସୁକନ୍ୟା ସମୃଦ୍ଧି ଯୋଜନା, ସଞ୍ଚୟ ଜମା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଓ ଜୀବନ ଜ୍ୟୋତି ବିମା,ପୋଷ୍ଟ ପମେଣ୍ଟ ବ୍ୟାଙ୍କ,ଶିଶୁ ଆଧାର କାର୍ଡ,ଶ୍ରମ କାର୍ଡ,ନୂଆ ଓ ସଂଶୋଧନ କାର୍ଡ ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଭୃତି କାର୍ଯ୍ୟ ସୁଚାରୁ ରୂପେ ସମ୍ପର୍ନ୍ନ ହୋଇଥିଲା। ଡାକ ବିଭାଗ ତରଫରୁ ଧରାକୋଟ ଠାରେ ହୋଇଥିବା ଏହି ମେଳାରେ ବହୁ ସଂଖ୍ୟାରେ ଲୋକେ ଉପସ୍ଥିତ ରହି ନିଜର ଡାକ ବିଭାଗ କାର୍ଯ୍ୟକୁ ସୁଚାରୁ ରୁପେ ସମ୍ପର୍ନ୍ନ କରିଥିଲେ।

