ଧରାକୋଟ ରେ ଭିମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଧରାକୋଟ ରେ ଭିମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

0 0
Read Time:2 Minute, 31 Second

ଧରାକୋଟ ମିନିଷ୍ଟାଡିୟମ ପରିସରରେ ଆଜି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଭିମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଉଦ୍ଘାଟନ କରିଥିବାବେଳେ ସମ୍ମାନୀୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ, ତହସିଲଦାର କବିରାଜ ପ୍ରଧାନ, ଅତିରିକ୍ତ ବିଡ଼ିଓ ସୁଶୀଲ କୁମାର ପଟ୍ଟନାୟକ,ସିଡିପିଓ ଡାଳିମ୍ବ ନାଇକ ପ୍ରମୁଖ ମଞ୍ଚାସୀନ ରହିଥିଲେ।ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ ଙ୍କ ପୈାରୋହିତ୍ୟ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜ ର ବିକଳାଙ୍ଗ, ବାର୍ଦ୍ଧକ୍ୟ, ଅନଗ୍ରସର ଓ ଭିନ୍ନକ୍ଷମ ମାନଙ୍କୁ ସମାଜର ମୂଖ୍ୟ ଶ୍ରୋତରେ ସାମିଲ କରିବା ପାଇଁ ଏହି ଶିବିର ଅନୁଷ୍ଠିତ ହୋଇଥିଲା ସାମାଜିକ ସୁରକ୍ଷା ଅଧିକାରୀ ସଚିନ କୁମାର ପାତ୍ର କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ। ଏହି ଶିବିରରେ ୪୧୩ ଜଣ ନାମ ପଞ୍ଜିକରଣ କରିଥିବା ବେଳେ ସେଥିମଧ୍ୟରୁ ୫୦ ଜଣଙ୍କୁ ଚିହ୍ନଟ କରାଯାଇ ଟ୍ରାଇ ସାଇକେଲ,୭ଜଣଙ୍କୁ ହୁଇଲ ଚେୟାର ,୧୫ ଜଣଙ୍କୁ ଆଶାବାଡି,୨ଜଣ ଅନ୍ଧବ୍ୟକ୍ତିଙ୍କୁ ଆଶାବାଡି ଏବଂ ୬୮ ଜଣଙ୍କୁ ବିକଳାଙ୍ଗ ଭତ୍ତା ପ୍ରଦାନ କରାଯାଇଥିଲା ଅତିଥି ମାନେ ଚିହ୍ନଟ ୧୩୧ ଜଣ ହିତାଧିକାରୀଙ୍କ ମଧ୍ୟରୁ ୬୯ ଜଣଙ୍କୁ ଗଛିତ ରହିଥିବା ସାମଗ୍ରୀ ପ୍ରଦାନ କରିଥିଲେ।ବଳକା ୬୨ ଜଣଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ବ୍ୟବହୃତ ସାମଗ୍ରୀ ଯୋଗାଇ ଯିବ ବୋଲି ଜଣାଯାଇଛି। ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀ ଧିରେନ୍ଦ୍ର ଗୈାଡ,ଓ ବାବୁ ବେହେରା ପ୍ରତ୍ୟକ୍ଷ ଭାବେ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବା ବେଳେ ବ୍ଲକ କାର୍ଯ୍ୟାଳୟର ସମସ୍ତ ବିଭାଗର କର୍ମଚାରୀ ଦମକଳ ବାହିନୀ, ପୋଲିସ ବିଭାଗ, ସ୍ବାସ୍ଥ୍ୟ ବିଭାଗ,ଡାକ ବିଭାଗ ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ର ମାନେ ଶୃଙ୍ଖଳା ବଜାୟ ରଖିବା ସହ ସହଯୋଗ ପ୍ରଦାନ କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍