ଅଜଣା ଗାଡି ଧକ୍କାରେ ବିରଳ କୃଷ୍ଣସାର ମୃଗ ମୃତ୍ୟୁ

ଅଜଣା ଗାଡି ଧକ୍କାରେ ବିରଳ କୃଷ୍ଣସାର ମୃଗ ମୃତ୍ୟୁ

0 0
Read Time:1 Minute, 7 Second

ଆସିକା ବନାଞ୍ଚଳର ଚିନିଶିଳ୍ପ କଲେଜ ରୋଡ ନିକଟରେ ସଡକ ଦୁର୍ଘଟଣାରେ ଚାରି ବର୍ଷର ଅଣ୍ଡିରା ହରିଣର ମୂର୍ତ୍ୟୁ ହୋଇଛି।ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଛନ୍ତି।ଆସିକାରୁ କଲେଜ ଛକ ଯିବା ଚିନିଶିଳ୍ପ ରାସ୍ତାରେ ଅନ୍ଧାରୁଆ ସ୍ଥାନରେ ରାତ୍ରି ହେଲେ ପ୍ରାୟତଃ ଛୋଟ ବଡ ଦୃଘଟଣା ଘଟିଥାଏ।ବିଶେଷ କରି ଉକ୍ତ ଅଂଚଳର ଖୋଲା ପଡ଼ିଆରେ ଏହି ବିରଳ କୃଷ୍ଣସାର ମୃଗ ଚଳପ୍ରଚଳ କରିଥାନ୍ତି।ସମ୍ଭବତଃ ଦୁର୍ଘଟଣାଗ୍ରସ୍ତ ହରିଣ ରାସ୍ତାପାର ହେବା ସମୟରେ କୌଣସି ଗାଡି ଧକ୍କା ଦେଇ ପଳାଇଥିବ।ଘଟଣାସ୍ଥଳରେ ମୃତ ହରିଣର ଶିଙ୍ଗ ଭାଙ୍ଗି ପଡିଥିବା ବେଳେ ତାର ପୁଟା ବାହାରି ପଡିଥିବା ଦେଖିବାକୁ ମିଳିଥିଲା।ଉକ୍ତ ଅଂଚଳରେ ଗାଡି ଧୀରେ ଚଳାଇବାକୁ ଏବଂ ବିରଳ କୃଷ୍ଣସାର ମୃଗଙ୍କ ବିଚରଣ ସ୍ଥଳୀ ବୋଲି ସୂଚନା ଫଳକ ଲଗାଇବାକୁ ଦାବି ହୋଇଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍