ଆସିକାର ବିଭିନ୍ନ ସ୍ଥାନରେ ରଥ ଟଣା

ଆସିକାର ବିଭିନ୍ନ ସ୍ଥାନରେ ରଥ ଟଣା

0 0
Read Time:2 Minute, 23 Second

ଦୁଇ ବର୍ଷ ବ୍ୟବଧାନରେ ପବିତ୍ର ରଥଯାତ୍ରା ପାଳନ ହେଉଥିବା ଯୋଗୁଁ ଆସିକା ଓ ଆଖପାଖ ଗ୍ରାମାଞ୍ଚଳରେ ଏହା ଧୁମ ଧାମରେ ପାଳନ ହୋଇଛି । ସବୁଠି ହର୍ଷ ଓ ଉଲ୍ଲାସ ପରିଲକ୍ଷିତ ହୋଇଛି।ଆସିକାର ସୁନମ୍ବ ସାହି, ସାନ ମୁନିସାହି, ଖମ୍ବେଶ୍ୱରୀ ପାଟଣା ଜଗନ୍ନାଥ ମନ୍ଦିର, କଲଷଣ୍ଢପୁର, ନାଳବଣ୍ଟା, ନୂଆଗାଁ ,ଦାମୋଦରପଲ୍ଲୀ ଭଳି ଅନେକ ଗ୍ରାମରେ ରଥଟଣା ହୋଇଛି।ଚିନିଶିଳ୍ପ ପରିଚାଳନା ନିର୍ଦେଶକ ମନୋରଞ୍ଜନ ନାୟକ ରଥ ଉପରେ ଛେରା ପହଁରା କରିଥିଲେ।ନଗରପାଳ ବିନେତା ସ୍ୱାଇଁ,କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ ସୁନାମ୍ବ ରଥଟଣା କାର୍ଯ୍ୟର ଶୁଭାରମ୍ଭ କରିଥିଲେ।ତହସିଲଦାର ସଞ୍ଜୟ ସାମନ୍ତରାୟ ଓ ଥାନା ଅଧିକାରୀ ପ୍ରଶାନ୍ତ ସାହୁ ଓ ମେନେଜିଙ୍ଗ ଟ୍ରଷ୍ଟି ନାରାୟଣ ମୁନୀଙ୍କ ତତ୍ୱାବଧାନରେ ଅଗ୍ନିଶମ ବିଭାଗ ରଥଟଣା ରେ ଉପସ୍ଥିତ ଥିଲେ। ପ୍ରାତଃ କାଳରୁ ସମସ୍ତ ଜଗନ୍ନାଥ ମନ୍ଦିରରେ ତିନି ଠାକୁର ଙ୍କ ଦେବନୀତି  ସମାପନ ପରେ ରଥାରୂଢ଼ କାର୍ଯ୍ୟ ଆରମ୍ଭ ହୋଇଥିଲା।ସମସ୍ତ ଗ୍ରାମବାସୀ ଶ୍ରଦ୍ଧାଳୁ ଭକ୍ତଂଙ୍କ ଗ୍ରହଣରେ ଘଣ୍ଟ ଘଣ୍ଟା , ଶଙ୍ଖ ଓ କାହାଳୀ , ସଂକୀର୍ତ୍ତନ,ନାମ ଓ କୀର୍ତନ ଏବଂ ଭଜନ ଦଳଙ୍କ ଗହଣରେରେ ତିନି ଠାକୁର ଙ୍କୁ ରଥରୂଢ଼ା କରାଯାଇଥିଲା । ପ୍ରଭୁଙ୍କର ରଥ ନୀତି ସରିବା ପରେ ଚାରମାଳ ଫିଟାଯାଇ ରଥ ଟଣା କାର୍ଯ୍ୟ ବଡଦାଣ୍ଡ ରୁ ଆରମ୍ଭ ହୋଇଥିଲା । ରଥ ଉପରେ ତିନି ଠାକୁରଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ ହୋଇଥିଲା। ଉଭୟ ପାଶ୍ୱର ବସ୍ତି ବାସିନ୍ଦାମାନେ ଦାଣ୍ଡ ଦୁଆରେ ପୂର୍ଣ କୁମ୍ଭ ବାଢ଼ି ଦୀପ ପ୍ରଜ୍ବଳନ କରିବା ସହ ସ୍ୱାଗତ ଓ ଭୋଗ ଅର୍ପଣ କରିଥିଲେ ।ସନ୍ଧ୍ୟା ସମୟରେ ଆଡ଼ପ ମଣ୍ଡପକୁ ଠାକୁରେ  ବିଜେ କରିଥିଲେ।ଶାନ୍ତିଶୃଙ୍ଖଳା ର ସହ ବିନା ବିଘ୍ନରେ ରଥଟଣା ସମାପନ ହୋଇଥିବାରୁ ସମଗ୍ର ଅଂଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ଆଉ ସାଧାରଣ ଜନତା ପାଇଁ  ନୂତନ ଉନ୍ମାଦନା ହୋଇଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍