ଯୁବକକୁ ତଂଟି ଚିପି ହତ୍ୟା, ଶବ ଉଦ୍ଧାର

ଯୁବକକୁ ତଂଟି ଚିପି ହତ୍ୟା, ଶବ ଉଦ୍ଧାର

0 0
Read Time:1 Minute, 23 Second

ଶେରଗଡ ଗ୍ରାମରେ ଥିବା ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ର ପଛପଟେ ଜଣେ ଯୁବକଙ୍କ ଶବକୁ ପୋଲିସ ଜବତ କରିଛି।ଉକ୍ତ ଯୁବକ ଜଣଙ୍କ ହେଲେ ରାମଗିରି ଗ୍ରାମର ସିମାଞ୍ଚଳ ସାହୁ ବୟସ ୨୫ ବର୍ଷ।ପାଖରେ ଜୋତାଓ ମୋବାଇଲ ଓ ବେକରେ ତଂଟି ଚିପା ଦାଗ ଦେଖି ଶେରଗଡ ପୋଲିସ ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ କହିଛନ୍ତି।ପାରିପାର୍ଶ୍ବିକ ସ୍ଥିତି ଓ ଘର ଲୋକଙ୍କ ପଚରାଉଚରା ପରେ ସୀମାଞ୍ଚଳ କିଛି ବର୍ଷ ହେଲା ଭୁବନେଶ୍ୱର ଏକ ହୋଟେଲରେ ରହୁଥିଲେ।ସେଠାରେ ରହିବା ପରେ ଗତ ଦୁଇ ଦିନ ହେଲା ସେ ରାମଗିରି ଆସିଥିଲେ।ଭୁବନେଶ୍ୱର ରେ କିଛି ବଚସା ହୋଇଥାଇ ପାରେ ବୋଲି ପୋଲିସ ତାର ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି।ଥାନା କେଶ ନଂ ୨୦୩/୨୨ପ୍ରକାରେ ଏକ ମାମଲା ରୁଜୁ କରି ଖେଳ ପଡ଼ିଆରୁ ସୀମାଞ୍ଚଳ ର ଶବକୁ ଜବତ କରି ବ୍ୟବେଛେଦ ପାଇଁ ବ୍ରହ୍ମପୁର ପଠାଇ ଦେଇଛନ୍ତି।ବ୍ୟବେଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁ କାରଣ ସ୍ଵଷ୍ଠ ହେବ ବୋଲି ଅଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍