ତିନିଦିନ ଧରି ବାହାନ ବୃଷଭ ପ୍ରତିଷ୍ଠା ଉତ୍ସବ ଉଦଯାପିତ

ତିନିଦିନ ଧରି ବାହାନ ବୃଷଭ ପ୍ରତିଷ୍ଠା ଉତ୍ସବ ଉଦଯାପିତ

0 0
Read Time:1 Minute, 32 Second

ଆସିକା ସ୍ଥିତ ତ୍ରିବିଧେଶ୍ବର ମନ୍ଦିର ପ୍ରାଙ୍ଗଣରେ ତିନି ଦିନ ଧରି ଚାଲିଥିବା ବାହାନ ବୃଷଭ ପ୍ରତିଷ୍ଠା ଉତ୍ସବ ଉଦଯାପିତ ହୋଇଯାଇଛି।ବିଜ୍ଞ ପଣ୍ଡିତ ମାନଙ୍କ ଦ୍ୱାରା ଏହି ପୂଜା ନିତୀ ସମାପନ କରାଯାଇଥିଲା।ଋଷିକୂଲ୍ୟା ନଦୀ ତଟରେ ତ୍ରିବିଧେଶ୍ବର ପ୍ରଭୁଙ୍କ ବୃଷଭ ପ୍ରତିଷ୍ଠା କାର୍ଯ୍ୟକ୍ରମର ପ୍ରଥମ ଦିନରେ ଦୀକ୍ଷା ଗ୍ରହଣ,ଜଳଯାତ୍ରା, ଅଙ୍କୁରାରୋପଣ ଦୂତୀୟ ଦିନରେ କର୍ମାରମ୍ଭ,ବ୍ରହ୍ମଣବରଣ,ସୂର୍ଯ୍ୟପୂଜା, ଦେବତା ପୂଜା, ନାମ ଯଜ୍ଞ ଆରମ୍ଭ,ମହାସ୍ନାନ, ଶୈବାଅଗ୍ନି ସ୍ଥାପନ ଏବଂ ହୋମ କାର୍ଯ୍ୟ ହୋଇଥିଲା।ତୃତୀୟ ଦିନ ତଥା ଶେଷ ଦିନରେ ବୃହତ ସୂର୍ଯ୍ୟ ପୂଜା,ମହାଦେବଙ୍କ ଅଭିଷେକ,ବିଲ୍ଵପତ୍ର ପ୍ରଦାନ, ହୋମ,ବୃଷଭ ଉତ୍ସବ, ନାମ ଯଜ୍ଞ,ପୂର୍ଣ୍ଣାହୁତି,ଯଜ୍ଞ ନାରାୟଣ ହୋମ ପୂର୍ଣ୍ଣାହୁତି, ଦଧିଭାଣ୍ଡ ଭଞ୍ଜନ ଓ ପ୍ରସାଦ ସେବନ ହୋଇଥିଲା। କର୍ତ୍ତା ବଳରାମ ମୁନୀ ସହଧର୍ମାଣୀ ସରଜୁ ମୁନୀଙ୍କ ଦ୍ଵାରା ପୂଜା କାର୍ଯ୍ୟ ସମାପନ ହୋଇଥିଲା।ତିନି ଦିନିଆ ପ୍ରତିଷ୍ଠା ଉତ୍ସବ ଯୋଗୁ ମନ୍ଦିର ପରିସରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ ହୋଇଥିଲା

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍