କମାଗଡ଼ ପଲ୍ଲୀ ଆଳୀୟ ଖଣ୍ଡାୟତ ସମାଜ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟିକା

କମାଗଡ଼ ପଲ୍ଲୀ ଆଳୀୟ ଖଣ୍ଡାୟତ ସମାଜ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟିକା

0 0
Read Time:1 Minute, 48 Second

ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ କମାଗଡ଼ ପଲ୍ଲୀ ଗୃହର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ। କମାଗଡ଼ ମଣ୍ଡଳ ଅନ୍ତର୍ଗତ ଉକ୍ତ ପଲ୍ଲୀରେ ଆଳୀୟ ସମାଜର ବିଭିନ୍ନ ସାଙ୍ଗଠନିକ ବୈଠକ ହୋଇଥାଏ।ସେଥିପାଇଁ କମାଗଡ଼ ପଲ୍ଲୀ ମହାସଭା ସ୍ଥଳ ନିକଟରେ ଏକ ପଲ୍ଲୀ ବୈଠକ ଗୃହ ପାଇଁ ବିଧୟିକା ମଞ୍ଜୁଳା ସ୍ୱାଇଁ ଯୋଗଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।କମାଗଡ଼ ମଣ୍ଡଳର କର୍ମକର୍ତ୍ତା ମାନେ ପ୍ରଥମେ ଅତିଥି ମାନଙ୍କୁ ତାଳ ମୃଦଙ୍ଗ ବଜାଇ ସମ୍ବର୍ଦ୍ଧନା କରିଥିଲେ। ୟାପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା।ଉକ୍ତ ଭିତ୍ତି ପ୍ରସ୍ତର ସମୟରେ ବ୍ଲକ ଅଧ୍ୟକ୍ଷା ତ୍ରିବେଣୀ ନାହାକ ମୁଖ୍ୟ ଅତିଥି ଭାବେ ଯୋଗଦେଥିବା ବେଳେ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରିଙ୍କି ଲେଙ୍କା,ସମିତି ସଭ୍ୟ ପ୍ରଶାନ୍ତ କୁମାର ନାହାକ, ଜିଲ୍ଲା ପରିଷଦ ତନ୍ମୟୀ ନାହାକ,ବ୍ଲକ ଯୁବ ସଭାପତି ତଥା ଆଳୀୟ ଖଣ୍ଡାୟତ ସମାଜର ମୁଖ୍ୟ ନିର୍ବାଚନ ଅଧିକାରୀ ଶିବ ନାହାକ, ପୂର୍ବତନ କୁଳଧିପତି ବିଜୟ ମହାନ୍ତି,କମାଗଡ଼ ମଣ୍ଡଳ ସଭାପତି ରାଜେନ୍ଦ୍ର ମଲ୍ଲ, ସମ୍ପାଦକ ଡାକ୍ତର ରାଉତ,ଜିଲ୍ଲା ସଂଗଠନ ସମ୍ପାଦକ ମୁନା ବାରିକ, ଉପସଭାପତି କରୁଣାକର ମହାନ୍ତି, ପଲ୍ଲୀ ସଭାପତି ମୋହନ ବାରିକ ସମେତ ସମସ୍ତ ପଲ୍ଲୀ କମିଟି ଓ କମାଗଡ଼ର ବିଭିନ୍ନ ପଲ୍ଲୀର କର୍ମକର୍ତ୍ତା ଉପସ୍ଥିତ ଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍