ଆସିକା ବିଜେଡିର କର୍ମୀ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

ଆସିକା ବିଜେଡିର କର୍ମୀ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

0 0
Read Time:1 Minute, 32 Second

ଆସିକା ବିଜେଡି କାର୍ଯ୍ୟଳୟ ଠାରେ  ନିର୍ବାଚନ ମଣ୍ଡଳୀ ବିଜେଡିର କର୍ମୀ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଛି।ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଉକ୍ତ କର୍ମୀ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାରୁ ତାଙ୍କରି ସମ୍ବର୍ଦ୍ଧନା ପାଇଁ ଆଲୋଚନା ହୋଇଥିଲା। ଦୁଇ ମନ୍ତ୍ରୀଙ୍କ ସହ ବିଧୟିକା କଲେଜ ଛକ  ଠାରୁ ଏକ ମୋଟର ସାଇକେଲ ରାଲି ରେ  ବିଜୁ ପଟ୍ଟନାୟକ ଛକକୁ ଅଣାଯିବା ପରେ  ସେଠାରେ ବିଜୁ ପ୍ରତିମୂର୍ତ୍ତିରେ ଫୁଲମାଳ ଅର୍ପଣ କରାଯିବ। ୟାପରେ ବିଜେଡି କାର୍ଯ୍ୟାଳୟରେ ଦୁଇ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେଇ ସେଠୁ ବାଲିସିରା ପଂଚାୟତରେ ଅୟୋଜିତ କର୍ମୀ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।ଏହି ପ୍ରସ୍ତୁତି ବୈଠକରେ ଗଞ୍ଜାମ ଜୋନ ଯୁବ ସଭାପତି ନଚିକେତା ସ୍ୱାଇଁ,ଦିଲ୍ଲୀପ ପାଣିଗ୍ରାହୀ, ଅଭିମନ୍ୟୁ ନାହାକ, ସତ୍ୟନାରାୟଣ ସ୍ୱାଇଁ, ରାଜେଶ ପଟ୍ଟନାୟକ,  ଶିବ ନାହାକ, ସୂର୍ଯ୍ୟକାନ୍ତ ପରିଡା, ମନୋଜ କୁମାର ଦୋରା ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍