ଧରାକୋଟ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ସମ୍ପ୍ରତି ବିପଦଜନକ ସ୍ଥିତିରେ ପହଂଚିଛି । ବହୁଦିନ ପୂର୍ବରୁ ଏହା ନିର୍ମିତ ହୋଇଥିଲା । ବର୍ତ୍ତମାନ ଏହାର ଛାତରୁ ପାଣି ଗଲୁଥିବାବେଳେ କବାଟ, ଝରକା ନଷ୍ଟ ହୋଇଗଲାଣି । ଏପରିକି ଚଟାଣ ମଧ୍ୟ ନଷ୍ଟ ହୋଇଗଲାଣି । ଗତ ଫାଇଲିନ ସମୟରେ ପାଚେରୀ କାନ୍ଥ ପଡିଯାଇ ଭାଙ୍ଗି ଯାଇଛି । ଯାହାଫଳରେ ବୁଲା ଗାଈ,ବଳଦ, କୁକୁର ଅବାଧରେ ଭିତରକୁ ପସୁଛନ୍ତି । ଏପରିକି ସାମନା ପଟର ଗ୍ରୀଲ ନଷ୍ଟ ହୋଇଯାଇଥିବା ଯୋଗୁଁ ରାତିରେ ଏଠାରେ ମଦ୍ୟପାନ କରିବାପାଇଁ ଅସାମାଜିକ ମନେ ଆଡ୍ଡା ଜମାଉଛନ୍ତି । ଧରାକୋଟ ରାଜସ୍ବ ସର୍କଲ ଅଧୀନରେ 28 ଗୋଟି ରାଜସ୍ବ ଗ୍ରାମ ରହିଛି । ଏଣୁ ପ୍ରତିଦିନ ଏଠାକୁ ସଂଖ୍ୟାଧିକ ଲୋକ ଜମିଜମା କାର୍ଯ୍ୟ ପାଇଁ, ଛାତ୍ର, ଛାତ୍ରୀ ମାନେ ବିଭିନ୍ନ ପ୍ରମାଣ ପତ୍ର ପାଇଁ ଆସିଥାନ୍ତି । କାର୍ଯ୍ୟାଳୟ ର ଅବସ୍ଥା ଏପରି ହୋଇଛି ଯେ ବର୍ଷା ପାଣି ଭିଜି ରେକଡ଼ ସବୁ ଅଧିକାଂସ୍ୟ ନଷ୍ଟ ହୋଇଯାଇଛି । ଏଣୁ ବାରମ୍ବାର କର୍ମଚାରୀ ମାନେ ତହସିଲ କାର୍ଯ୍ୟାଳୟ କୁଯାଇ ରେକର୍ଡ ଦେଖିବାକୁ ପଡ଼ୁଥିବାରୁ ସମୟ ନଷ୍ଟ ହେଉଛି । କୋଠାର ଏହିପରି ସ୍ଥିତି ସମ୍ପର୍କରେ ବାରମ୍ବାର ବିଭାଗୀୟ ଉଚ୍ଚ ପଦାଧିକାରୀ ଙ୍କୁ ଚିଠି ଲେଖିଥିଲେ ମଧ୍ୟ ଫଳାଫଳ ସୁନ । ବିପଦ ଜନକ କୋଠା କେଉଁଦିନ ଭୁଶୁଡି ଧନ ଜୀବନ ନଷ୍ଟ ହେବ କହିହେଉନାହିଁ। ଏଣୁ ଗ୍ରାମ୍ୟ ନିର୍ମାଣ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ନୂତନ କୋଠା ନିର୍ମାଣ ପାଇଁ ଦାବୀ ହେଉଛି ।

