ଜାତୀୟ ମେଧା ବୃତ୍ତି ପରୀକ୍ଷାରେ ଆମ୍ବଗାଁ ବିଦ୍ୟାଳୟ ଛାତ୍ରୀଙ୍କ କୃତିତ୍ୱ

ଜାତୀୟ ମେଧା ବୃତ୍ତି ପରୀକ୍ଷାରେ ଆମ୍ବଗାଁ ବିଦ୍ୟାଳୟ ଛାତ୍ରୀଙ୍କ କୃତିତ୍ୱ

0 0
Read Time:1 Minute, 40 Second

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆମ୍ବ ଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ଅଲିଭା ବେହେରା ଜାତୀୟ ଗ୍ରାମୀଣ ମେଧାବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ ବ୍ଳକ ପାଇଁ ପ୍ରଥମ ସ୍ଥାନ ଅଧିକାର କରି ଗୈାରବ ଆଣିଥିବା ଜଣାପଡିଛି । ଖବରନୁଯାୟୀ , ଆମ୍ବ ଗାଁ ବଡ଼ ସାହିର ପିତା ଅରକ୍ଷିତ ବେହେରା ଓ ମାତା ଅଧାଗିନୀ ବେହେରାଙ୍କ ଝିଅ ଅଲିଭା ଚଳିତ ବର୍ଷ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ମାର୍ଚ୍ଚ ୬ ତାରିଖରେ ଏହି ପରୀକ୍ଷା ଦେଇଥିଲେ । ତେବେ ଆଜି ଏହାର ଫଳାଫଳ ଘୋଷଣା ହେବା ପରେ ଅଞ୍ଚଳ ପାଇଁ ପ୍ରଥମ ସ୍ଥାନ ହାସଲ କରିଥିବା ଜଣାପଡିଛି । ଏହି ସଫଳତା ହାସଲ ପରେ ବ୍ଳକ , ଗ୍ରାମ ଓ ଅଭିଭାବକ ମହଲରେଏକପ୍ରକାର ଖୁସିର ଲହରୀ ଦେଖାଦେଇଛି । ତେବେ ଏଭଳି ସଫଳତା ପଛରେ ନିଜ ମାତାପିତା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି ଛାତ୍ରୀ ଅଲିଭା । ପୂର୍ବରୁ ଏହି ବିଦ୍ୟାଳୟରୁ ଅନେକ ଛାତ୍ରଛାତ୍ରୀ ଏଭଳି କୃତିତ୍ୱ ହାସଲ କରିଥିବା ବେଳେ ଆଜି ପୁଣିଥରେ ବିଦ୍ୟାଳୟକୁ ଅଲିଭାଙ୍କ ଦ୍ଵାରା ସଫଳତା ମିଳିଥିବାରୁ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅଜିତ ପଟ୍ଟନାୟକ ଓ ଶିକ୍ଷକ ମାନେ ଛାତ୍ରୀଙ୍କ ଆର୍ଶୀବାଦ କାମନା ସହ ଭବିଷ୍ୟତ ଉଜ୍ଜ୍ବଳମୟ କାମନା କରିଥିଲେ ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍