ଆଇ ପି ଏଲ ଖେଳ:୪ଗିରଫ,ସାତ ଲକ୍ଷ୬୦ହଜାର ଜବତ

0 0
Read Time:1 Minute, 38 Second

ଆସିକା ପୋଲିସ କୁ ମିଳିଛି ଏକ ବଡ ସଫଳତା।ସୁବର୍ଣ୍ଣନେଶ୍ୱର ମନ୍ଦିର ନିକଟରେ ଆଇ ପି ଏଲ ଫଇନେଲ ମ୍ୟାଚ ପାଇଁ  ବେଟ ମରା ମାରି ଚାଲିଥିବା ଖବର ପାଇ ଆସିକା ପୋଲିସ ଅତର୍କିତ ଚଢ଼ାଉ କରିଥିଲେ।ସେଠାରୁ ସାତ ଲକ୍ଷ ଷାଠିଏ ହଜାର ଟଙ୍କା,ଚାରି ମୋବାଇଲ ଜବତ କରିଥିବା ବେଳେ ଚାରି ଜଣଙ୍କୁ ଗିରଫ କରିଛି ଏବଂ ଛଅ ଜଣ ଫେରାର ହୋଇଯାଇଥିବା ଜଣା ପଡ଼ିଛି।ଏନେଇ ଆସିକା ଥାନା କେଶ ନଂ ୨୬୬/୨୨ପ୍ରକାରେ ମାମଲା ରୁଜୁ କରା ଯାଇଛି।ଗିରଫଙ୍କ ମଧ୍ୟରେ ବାଦଲ ଗୌଡ଼(୨୯),ଶୁଭମ ଆଚାରି(୨୧),ଶମ୍ଭୁ ପାଢ଼ୀ(୨୯)ଏମାନେ ସମସ୍ତେ ଆସିକା ସୁନାମ୍ବ ସାହି ହୋଇଥିବା ବେଳେ ରତ୍ନାକର ସ୍ୱାଇଁ ଗୁଣ୍ଠପଡା ଅଟେ।ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଆସିକା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ନବନିଯୁକ୍ତି ପାଇଥିବା ଶିକ୍ଷା ନିବେଶ ଆଇ ପି ଏସ ଅଧିକାରୀ ନଚିକେତ ସିଲେକ ସୂଚନା ଦେଇଛନ୍ତି।ଫେରରଙ୍କ ମଧରେ ଜିତୁ ଦାସ,ତୋଫାନ ପ୍ରଧାନ,ମିଟୁ ପଣ୍ଡା ଏମାନେ ସବୁ ସୁନାମ୍ବ ସାହି ଏବଂ ମହାତ୍ମା ଗାନ୍ଧୀ ରୋଡର ନାନୁ ମୁନୀ ,ପକଲାପଲ୍ଲୀର କୃଷ୍ଣ ପାତ୍ର ଏବଂ ଧରାକୋଟ ଥାନା ଅନ୍ତର୍ଗତ ରେଡି ଦାମୋଦରପଲ୍ଲୀ ର ରାଜୀବ ରେଡି ଖସି ଯାଇଥିବା ପୋଲିସ ସୂଚନା ଦେଇ ଏ ଦିଗରେ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Uncategorized