Read Time:1 Minute, 6 Second
ଆସିକା ବ୍ଲକ ଖାରିଆ ପଞ୍ଚାୟତର ହୁମୁକୀ ରାସ୍ତାରେ ଏକ ବୃଦ୍ଧାଶ୍ରମ ପାଇଁ ଭୂମୀ ପୂଜନ କାର୍ଯ୍ୟ ଆରମ୍ଭ ହୋଇଛି।ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଏଥିରେ ଯୋଗ ଦେଇଥିଲେ।ସରପଞ୍ଚ ଜୟନ୍ତୀ ସାହୁ ଙ୍କ ତତ୍ତ୍ୱାବଧାନରେ ଏହି ଭୂମୀ ପୂଜନ କାର୍ଯ୍ୟ ରେ ଦାସନାପଲ୍ଲୀ ସାହୁ ପରିବାରଙ୍କ ଆର୍ଥିକ ସହାୟତାରେ ଉକ୍ତ କାର୍ଯ୍ୟ ସମ୍ପାଦନ ହେବାକୁ ଯାଉଛି।ଖାରିଆ ପଞ୍ଚାୟତବାସୀଙ୍କ ମିଳିତ ଉଦ୍ୟମରେ ଏହି ଭୂମୀ ପୂଜନ ଅନୁଷ୍ଠିତ ହୋଇଥିଲା।କର୍ମ ଆରମ୍ଭରେ ଭଗବାନ ସାହୁ ଓ ଜୟନ୍ତୀ ସାହୁ କର୍ତ୍ତା ଭାବେ ଦାୟିତ୍ବ ତୁଲାଇଥିଲେ।ଏଥିରେ ନଚିକେତ ସ୍ୱାଇଁ,ଅଭିମନ୍ୟୁ ନାହାକ,ଦିଲ୍ଲୀପ ପାଣିଗ୍ରାହୀ,ମନୋଜ ଦୋରା, ରାଜେଶ ପଟ୍ଟନାୟକ,ଶିବରାମ ସାହୁ ସମେତ ବହୁ ବଦାନ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।

