Read Time:1 Minute, 12 Second
ଆସିକାରେ ଗୁରୁବାର ସନ୍ଧ୍ୟାରେ ବର୍ଷିଥିବା ଦୁଇ ଘଣ୍ଟାର ଲଗାଣ ବର୍ଷା ଫଳରେ ଚାଷୀଙ୍କ ମୁହଁରେ ହସ ଫୁଟାଇଛି।ଆସିକା ବ୍ଲକର ଅନେକ ସ୍ଥାନରେ କିଏ ହଳ ଲଙ୍ଗଳ ଧରି ବିଲ ଚାଷ କରୁଛି ତ ଆଉକିଏ ଜମିକୁ ହଳ କଲା ପରେ ତାକୁ ସମତଳ କରି ତଳି ପକାଇବା ପାଇଁ ଧାନ ବୁଣାରେ ଲାଗିଛି।ଏହି ଦୁଇ ଘଣ୍ଟା ବର୍ଷା ଜମିକୁ ବତୁରାଇ ଦେଇଛି।ଭୁଇଁରେ ଲଙ୍ଗଳ ଚାଲିଲା ଭଳି ସ୍ଥିତି ଆସିବା ଏବଂ ଜମି ଚାଷ ପାଇଁ ଉପଯୋଗୀ ଭୂମୀ ହେବାରୁ ଚାଷୀ ଆଉ ସମୟ ଅପେକ୍ଷା ନକରି ବିଲରେ କାମ କରିବାକୁ ତତ୍ପରତା ଦେଖାଇଛନ୍ତି।ଏଣୁ ଚାଷୀ ମହଲରେ ବହୁତ ଖୁସିର ଲହରୀ ଖେଳିଯାଇଛି।କିଏ ହଳ ଲଙ୍ଗଳ ଧରି ଜମିକୁ ଯାଉଛି ତ ଆଉ କିଏ ଟ୍ରାକ୍ଟର ଯୋଗେ ଜମି ଚାଷ କଲାଣି।ଏ ବର୍ଷା ଯୋଗୁଁ ଜମି ତିନି ଦିନ ଧରି ବତୁରା ରହିବ ବୋଲି ଦେବଭୂମି ଗ୍ରାମବାସୀର ଚାଷୀ ରାମ ନାହାକ ଓ ବାଲିଛାଇ ଗ୍ରାମର ଚାଷୀ ସୁବାଷ ଚନ୍ଦ୍ର ପାତ୍ର ଚାଷୀ କହନ୍ତି।





