କେନ୍ଦ୍ରୀୟ ବିଦ୍ୟାଳୟ ଆସିକାର ଅଭିଭାବକ ମାନେ ଆଜି ୪ ଦଫା ଦାବିରେ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ଏହାର ସ୍ଥାୟୀ ନିରାକରଣ ପାଇଁ ଦାବି ଉପସ୍ଥାପନ କରିଥିଲେ । ନବନିର୍ମିତ କୋଠାକୁ ତୁରନ୍ତ କେନ୍ଦ୍ରୀୟ ବିଦ୍ୟାଳୟ ଆସିକା ସ୍ଥାନାନ୍ତରଣ କରି ବିପଦ ଶଙ୍କୁଳ କୋଠାରେ ପଢୁଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଜୀବନ ବଞ୍ଚାଇବା ପାଇଁ ପଦକ୍ଷେପ, ଏକାଦଶ ଶ୍ରେଣୀ ଆଡମିଶନ ପାଇଁ ସମସ୍ତ ଆନୁଷଙ୍ଗିକ ପଦକ୍ଷେପ, ସ୍ଥାୟୀ ପ୍ରିନସିପଲ ଓ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି କରି ପାଠପଢ଼ାରେ ଉନ୍ନତି ଆଣିବା ପାଇଁ ଉଚିତ ପଦକ୍ଷେପ, ଆସିକା କେନ୍ଦ୍ରୀୟ ବିଦ୍ୟାଳୟକୁ ହାର୍ଡ ଷ୍ଟେସନ୍ରେ ପରିବର୍ତ୍ତିତ କରିବା ନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ର ଅତି ଗୁରୁତ୍ୱପୂର୍ଣ୍ଣ ଦାବି ଉପସ୍ଥାପନ କରିଥିଲେ । ଏହାକୁ କାର୍ଯ୍ୟକାରୀ ନହେଲେ ଜରାଜୀର୍ଣ୍ଣ ବିପଦ କୋଠାରେ ଚାଲୁଥିବା କେନ୍ଦ୍ରୀୟ ବିଦ୍ୟାଳୟ ମରଣଯନ୍ତାକୁ ଆମ ଭବିଷ୍ୟତ ପିଢୀକୁ ପଠାଈବୁ ନାହିଁ । ବରଂ ଫାଟକ ସମ୍ମୁଖରେ ଧାରଣା ପ୍ରଦାନ କରି କେନ୍ଦ୍ରୀୟ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣ ପାଇଁ ଚେଷ୍ଟା କରିବୁ ବୋଲି ରୋକ ଠୋକ ଜଣାଇ ଦେଇଛନ୍ତି । ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଚେୟାରମେନ, କେନ୍ଦ୍ରୀୟ ବିଦ୍ୟାଳୟ ଆସିକାର ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡା ଅଭିଭାବକ ମାନଙ୍କୁ ଆଶ୍ଵାସନା ଦେବା ସହ ୫ ରୁ ୬ ଦିନ ମଧ୍ୟରେ ନବନିର୍ମିତ କୋଠାକୁ ସ୍ଥାନାନ୍ତରଣ କରିବା ସହ ଏକାଦଶ ଶ୍ରେଣୀ ୨୦୨୩-୨୪ରେ ଖୋଲିବ ଏବଂ ତୁମମାନଙ୍କ ସମସ୍ତ ଦାବି କୁ ବିଚାର କୁ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ଅଭିଭାବକ ଖୁସି ବ୍ୟକ୍ତ କରିଥିଲେ।
ଉଲ୍ଲେଖ ଯୋଗ୍ୟ ଯେ ୬.୨ ଏକର ଜାଗାରେ ୧୭ କୋଟି ଟଙ୍କା ବ୍ୟୟରେ ଏକ ନବନିର୍ମିତ କୋଠା ଗତ ମାର୍ଚ୍ଚ ମାସ ପୂର୍ବରୁ ନିର୍ମାଣ ହେବା ସତ୍ତ୍ୱେ ବିପଦ ଶଙ୍କୁଳ କୋଠାରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଅମଲ୍ୟ ଜୀବନ ପ୍ରତି ଅବହେଳା ପ୍ରଦର୍ଶନ କରିବା ତାହା ବିରାଟ ପ୍ରଶ୍ନବାଚୀ ! ଆସିକା ବିଜ୍ଞାନ ମହାବିଦ୍ୟାଳୟର ଜରାଜୀର୍ଣ୍ଣ ଛାତ୍ରାବାସକୁ ପୁନଃରୁଦ୍ଧାର କରି ୨୦୧୦ ମସିହାରେ କେନ୍ଦ୍ରୀୟ ବିଦ୍ୟାଳୟ ଆରମ୍ଭ ହୋଇଥିଲା ୨୦୨୨ – ୨୩ ଶିକ୍ଷା ବର୍ଷରେ ନୂତନ କୋଠା କାର୍ଯ୍ୟକ୍ଷମ ନହେବାରୁ ଦଶମ ଶ୍ରେଣୀ ପାସ କରିଥିବା ଛାତ୍ରଛାତ୍ରୀମାନେ ଏକାଦଶ ଶ୍ରେଣୀରେ ଆଡମିସନ କରିବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟ ଆଡମିଶନ ପାଇଁ ମନା କରିଥିଲେ କିନ୍ତୁ ଅଭିଭାବକ ମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ହାତଗଣତି ଛାତ୍ରଛାତ୍ରୀ ଆଡମିଶନ ହୋଇପାରିଥିଲେ। ବର୍ତ୍ତମାନ ସ୍ଥାୟୀ ପ୍ରିନସିପାଲଙ୍କ ଅଭାବରୁ ପାଠପଢ଼ା କ୍ଷେତ୍ରରେ ବହୁ ଅବହେଳା ପ୍ରଦର୍ଶନ ହେଉଅଛି ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ବଢୁଛି । ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ପାଇଁ ଅଭିଭାବକ ମାନଙ୍କ ପକ୍ଷରୁ ସୁଦେଷ୍ଟା ପଟ୍ଟନାୟକ, ଶ୍ୟାମସୁନ୍ଦର ପାଢ଼ୀ, ପ୍ରଶାନ୍ତ କର, ସର୍ବେଶ୍ଵର ପ୍ରଧାନ, ଶଙ୍କର ସାହୁ, ଚିତ୍ତରଞ୍ଜନ କାମ୍ପ, ଏ ହରି ଶରଣ ରେଡ଼ି, ଯୋଗେନ୍ଦ୍ର ଗୈାଡ, ଜିତେନ୍ଦ୍ର କୁମାର ଜେନା, ଏସ କେ ମହାନ୍ତି, ବିନୋଦ ଦୋରା, ସବିତା ପାତ୍ର, ବନିତା ବେହେରା, ନମିତା ସେଠୀ, ଇ ରଞ୍ଜିତା ପାତ୍ର, ମିହିର କାନ୍ତ ସାହୁ ଆଦି ବହୁ ଅଭିଭାବକ ଉପସ୍ଥିତ ଥିଲେ।
ଚାରି ଦଫା ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲେ ଆସିକା କେନ୍ଦ୍ରୀୟ ବିଦ୍ୟାଳୟ ଅଭିଭାବକ
Read Time:4 Minute, 20 Second

