ଧରାକୋଟ ବ୍ଲକର ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ

ଧରାକୋଟ ବ୍ଲକର ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ

0 0
Read Time:2 Minute, 22 Second

ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ କୀର୍ତ୍ତି ଭାସନ୍ ଧରାକୋଟ ବ୍ଲକ୍ ରେ ପହଞ୍ଚିବା ପରେ ବ୍ଲକର ରୂପାନ୍ତରି କରଣ ଉଚ୍ଚ ବିଦ୍ୟାଳୟ କାର୍ଯ୍ୟର ସମୀକ୍ଷା କରିଛନ୍ତି ।ଏହା ପରେ ଅତିରିକ୍ତ ବି ଡି ଓ ସୁଶିଲ ପଟନାୟକ,ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବାଷ ଚନ୍ଦ୍ର ସ୍ୱାଇଁ ଓ କନିଷ୍ଠ ଯନ୍ତ୍ରୀ ଦୀପ୍ତି ରେଖା ନାଥ ଙ୍କ ସହ ମିଶି ରୁଗୁମୁ ପଞ୍ଚାୟତ ସଦର ମହକୁମାରେ ପହଞ୍ଚି ସେଠାରେ ଚାଲିଥିବା କୋଡ଼ିଏ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳର ଅମୃତ ସରୋବର ଖନନ କାର୍ଯ୍ୟକୁ ପରିଦର୍ଶନ କରିଥିଲେ । ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ କୁଶଳୀ ଓ ଅଣ କୁଶଳୀ ଶ୍ରମିକଙ୍କ ଦ୍ଵାରା ଏହି ସରୋବର ନିର୍ମାଣ ଚାଲିଛି ।ରଗୁମୁ ସରପଞ୍ଚ ଗୀତାଞ୍ଜଳି ସ୍ୱାଇଁ, ପୂର୍ବତନ ସରପଂଚ ସୁଧାକର ସ୍ବାଇଁ, ଗ୍ରାମ ରୋଜଗାର ସେବକ , ଗାଁ ସାଥି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ କରୁଥିବାରୁ ପ୍ରକଳ୍ପ ନିର୍ଦ୍ଦେଶକ ଖୁସି ବ୍ୟକ୍ତ କରିଥିଲେ। ଏହି ଅବସରରେ ରୂଗୁମୁ ମନରେଗା କାର୍ଯ୍ୟର କର୍ମଶାଳା ହେବା ପାଇଁ ଉପଯୁକ୍ତ ସ୍ଥାନ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ କରିଥିଲେ। ଧରାକୋଟ ବ୍ଲକର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ପନ୍ଦର ଗୋଟି ଉଚ୍ଚ ବିଦ୍ୟାଳୟ ସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ରୂପାନ୍ତରି କରଣ କାର୍ଯ୍ୟ ସରିଛି। ସଂପ୍ରତି ତୃତୀୟ ପର୍ଯ୍ୟାୟରେ ବ୍ଲକର ଓସ୍ତା,ଗମ୍ଭାରୀ ଗୁଡ଼ା,ହରିପୁର ଓ ମୁଣ୍ଡ ମରାଇ ବାଳିକା ଉଚ୍ଚ ବିଦ୍ୟାଳୟ ର ରୂପାନ୍ତରି କରଣ କାର୍ଯ୍ୟ ଆରମ୍ଭ ହେବ । ଏଥି ପାଇଁ ସରକାର ପ୍ରତି ବିଦ୍ୟାଳୟ କୁ ପଞ୍ଚ ଚାଳସି ଲକ୍ଷ୍ୟ ଟଙ୍କା ଲେଖାଁଏ ମଞ୍ଜୁର କରିଛନ୍ତି। ତୁରନ୍ତ ଏହାର ନିର୍ମାଣ ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ପରାମର୍ଶ ଦେଇଥିଲେ l ଏହା ପରେ ବ୍ଲକର ଅନ୍ୟାନ୍ୟ ନିର୍ମାଣଧୀନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories