Read Time:1 Minute, 16 Second
ଆଧୁନିକତାର ଛାପରେ ଧିରେ ଧିରେ ପୌରାଣିକତା ତାର ସତ୍ତା ହରାଇବାକୁ ଗଲାଣି।ଏବେ
ଗଞ୍ଜାମ ଜିଲ୍ଲାର ଗାଁ ଗହଳିରେ ପୌରାଣିକ ନାଟକ ରାମାୟଣ ପ୍ରତ୍ୟେକ ଦିନ କୋଉଠି ନା କୋଉଠି ପରିବେଷଣ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। କେତେବେଳେ କଳାକାର ମାନେ ଦୃଶ୍ୟକୁ ଅଧିକ ଜୀବନ୍ତ କରିବା ପାଇଁ ବାନର ରୂପରେ ଦୁଃସାହସିକ କରାମତି ଦେଖନ୍ତିତ ଆଉ କେତେବେଳେ ରାକ୍ଷସ ରୂପୀ କଳାକାର ନିଆଁରେ ଖେଳ ଦେଖନ୍ତି। ଆଉ କେଉଁଠି ରାମ ସୀତାଙ୍କ ଶାଶ୍ୱତ ପ୍ରେମ ସ୍ଥାନରେ ଆଲବମ ଗୀତ ଷ୍ଟେଜରେ ପରିବେଷଣ କରି କଳାକାର ଝୁମି ନାଚୁଛନ୍ତି, ତାହାପୁଣି “ତୋର ସବୁ ନଜର ଲାଗେ ମୋତେ ପ୍ରମେ ନଜର” ଏବେ ଏହାକୁ ନେଇ ଖାଲି ସବୁ ଆଡେ ଚର୍ଚ୍ଚା ହିଁ ଚର୍ଚ୍ଚା।ସତରେ ଏହା କଣ ପ୍ରଭୁ ପୁରୁଷୋତ୍ତମ ଶ୍ରୀରାମଙ୍କ ପ୍ରତି ଉପହାସ ହେଉନିକି?ଯେଉଁ ନାଚ ଓ ଗୀତ ଦେଖି ଯୁବବର୍ଗ ନିଜକୁ ସେଥିରେ ନିମଗ୍ନ ହୋଇଯାଆନ୍ତି, ସେଥିପାଇଁ ଲାଗେ ଲଜ୍ୟା ହିଁ ଲଜ୍ୟା………..

