ଶାନ୍ତି ଶକ୍ତି ଭବନରେ ବିଶ୍ଵ ତମାଖୁ ଦିବସ ପାଳିତ

ଶାନ୍ତି ଶକ୍ତି ଭବନରେ ବିଶ୍ଵ ତମାଖୁ ଦିବସ ପାଳିତ

0 0
Read Time:2 Minute, 39 Second

ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ ଅବସରରେ ଏକ ନାଟକ ମାଧ୍ୟମରେ ସଚେତନ କରିଥିଲେ ଆସିକା ସ୍ଥିତ ପ୍ରଜାପତି ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ର ଶାନ୍ତି ଶକ୍ତି ଭବନ ସଦସ୍ୟ ମାନେ। ନିଶା ଦ୍ରବ୍ୟର ଦ୍ୱାରା ସମାଜରେ ଯେଉଁ କୁପ୍ରଭାବ ପଡ଼ୁଛି ତାକୁ ଦୂର କରିବା ପାଇଁ ସଚେତନ ରାଲି ସହର ପରିକ୍ରମା କରି ନାଟକ ମାଧ୍ୟମରେ ତମାଖୁ ଓ ନଶାଦ୍ରବ୍ୟ ବ୍ୟବହାର କାରୀଙ୍କୁ ଯମ କିପରି ଦଣ୍ଡ ଦିଏ ତାହାକୁ ପ୍ରଦର୍ଶିତ କରାଯାଇଥିଲା ।ଆଧ୍ୟାତ୍ମିକତା ହିଁ ସମାଜକୁ କୁରୀତି ଓ କୁସଂସ୍କାର ମୁକ୍ତ କରି ଏକ ସୁସ୍ଥ ସମାଜ ଗଠନ ପାଇଁ ସହାୟକ ହେବ। ବିଶ୍ଵ ତମାଖୁ ବର୍ଜନ ଦିବସ ପାଳନ ଅବସରରେ ଆସିକା ବ୍ରହ୍ମାକୁମାରୀସ୍ ଶାନ୍ତି ଶକ୍ତି ଭବନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ଆସିକା ସହର ବାସୀଙ୍କୁ ସୁସ୍ଥ ଜୀବନ ଶୈଳୀ ଆପଣେଇବା ପାଇଁ ଆହ୍ଵାନ କରିବା ସହିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବ ବିଦ୍ୟାଳୟରେ ଦିଆଯାଉଥିବା ମାଗଣା ସହଜ ରାଜଯୋଗର ଅଭ୍ଯାସ ଦ୍ଵାରା ମାନସିକ ଶକ୍ତିକୁ ସୁଦୃଢ କରିପାରିଲେ ନିଶାଦ୍ରବ୍ୟର କୁ ପ୍ରଭାବରୁ ମୁକ୍ତ ରହି ନିଜର ସମାଜ, ପରିବାର ଓ ରାଷ୍ଟ୍ର ପ୍ରତି ନିଜର ଉତ୍ତର ଦାୟିତ୍ଵ ସମ୍ପାଦନ କରିବା ସମ୍ବବ ହେବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଶାନ୍ତି ଶକ୍ତି ଭବନ ପରିସରରେ ସମସ୍ତ ଭଉଣୀ ଭାଇ ନିଜେ ନିଶାମୁକ୍ତ ରହି ସମାଜକୁ ନିଶାମୁକ୍ତ କରିବା ପାଇଁ ପ୍ରତିଜ୍ଞା କରିଥିଲେ। ପରେ ଏକ ସଚେତନତା ଯାତ୍ରାରେ ବ୍ରହ୍ମାକୁମାରୀ ଭଉଣୀ ଭାଇ ସହର ପରିକ୍ରମା କରି ଏକ ଲଘୁ ନାଟକ ମାଧ୍ୟମରେ ସହର ବାସୀଙ୍କୁ ତମାଖୁ ବର୍ଜନ କରି ସୁସ୍ଥ ଜୀବନ ଯାପନ କରିବା ପାଇଁ ବିନମ୍ର ନିବେଦନ କରିଥିଲେ। ଲଘୁ ନାଟକରେ ବ୍ୟସନ ରାଜ ଭୂମିକାରେ ବ୍ରହ୍ମାକୁମାର ପଞ୍ଚାୟତ୍ରି ଭାଇ, ମଦ ଭୂମିକାରେ ବିଶିକେଶନ ଭାଇ, ସିଗାରେଟ୍ ଭୂମିକାରେ ଯୋଗୀ ଭାଇ, ପାନ ଭୂମିକାରେ ରାଧା ଶ୍ୟାମ ଭାଇ, ଗୁଟଖା ଭୂମିକାରେ ଶିବରାମ ଭାଇ, ବ୍ରାଉନ ସୁଗାର ଭୂମିକାରେ କମଳ ଭାଇ ଅଭିନୟ କରି ସହର ବାସୀଙ୍କୁ ସଚେତନତା କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍ ମନୋରଞ୍ଜନ ଶିକ୍ଷା ସ୍ପେଶାଲ୍ ରିପୋର୍ଟ ସ୍ୱାସ୍ଥ୍ୟ