Read Time:1 Minute, 12 Second
ଆର,ଉଦୟଗିରି- ଆର,ଉଦୟଗିରି ବ୍ଲକ ରାମଗିରି ସ୍ଥିତ ମହେନ୍ଦ୍ରଗିରି ଇର୍ଚ ମଧ୍ୟମିକ ବିଦ୍ୟାଳୟ ଠାରେ ଗତ ୬ରୁ ଆମ୍ଭର ହୋଇଥିବା ମହିଳା ଆମ୍ଭରକ୍ଷ ତାଲିମ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ପ୍ରିୟଦର୍ଶନୀ ପଟ୍ଟନାୟକଙ୍କ ତତ୍ତ୍ବବଧାନରେ ମୁଖ୍ୟ ଅତିଥିଭାବେ ଆର,ଉଦୟଗିରି ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମିନାୟଣ ଶବର ମୁଖ୍ୟ ବକ୍ତାଭାବେ ରାମଗିରି ଥାନା ଭାରପ୍ରାତ ଅଧିକାରୀ ଲୋକନାଥ ବେହେରା, ସମ୍ମାନିତ ଅତିଥି ଭାବେ ରାମଗିରି ପୂର୍ବତମ ସମିତିସଭ୍ୟ ଗୋପବନ୍ଧୁ ପଟ୍ଟନାୟକ ଯୋଗ ଦେଇଥିଲେ । ଶିକ୍ଷାବିଭାଗର ଡେମୋନଷ୍ଟ୍ରେଟର ସୌଦାମିନୀ ମହାରଣା ସଂଯୋଜନା କରିଥିବା ବେଳେ ପୂର୍ବତନ ଛାତ୍ରୀ ରୀନା ପ୍ରଧାନ ମାଷ୍ଟର ଟ୍ରେନର ଭାବେ ନିୟୋଜିତ ହୋଇଥି୍ଲେ ଏବଂ ବିଦ୍ୟାଳୟ କ୍ରୀଡା ଶିକ୍ଷକ ମାଧବ ଖୁଣ୍ଟିଆ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ।

