ସନ୍ଧି ନୁଆଁପୋଲି ଗ୍ରାମରେ ଶ୍ରୀ ଶ୍ରୀ ବୀର ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ସନ୍ଧି ନୁଆଁପୋଲି ଗ୍ରାମରେ ଶ୍ରୀ ଶ୍ରୀ ବୀର ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

0 0
Read Time:2 Minute, 7 Second


ଆସିକା ବ୍ଲକ ଖାରିଆ ଗ୍ରାମ ପଞ୍ଚାୟତ ର ସନ୍ଧି ନୁଆଁ ପୋଲି ଗ୍ରାମର ମୁଖ୍ୟ ରାସ୍ତା ପାର୍ଶ୍ଵ ରେ ବିରାଟ ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ସହ ପୂଜା ଅର୍ଚନା, ଅଷ୍ଟ ପ୍ରହରୀ ନାମ ଯଂଜ୍ଞ, ପ୍ରସାଦ ସେବନ ସହ ବ୍ରlହ୍ମଣ ମାନଙ୍କ ମନ୍ତ୍ର ପାଠ ରେ କମ୍ପି ଉଠିଲା ସାରା ପରିବେଶ l ଖାରିଆ ପଞ୍ଚାୟତ ର ସରପଞ୍ଚ ଜୟନ୍ତୀ ସାହୁ ଙ୍କ ଉଦ୍ୟମ ରେ ଏବଂ ଭଗବାନ ସାହୁ ଙ୍କ ପ୍ରଚେଷ୍ଟା ରେ ବୁଧବାର ଦିନ ଶ୍ରୀ ଶ୍ରୀ ବୀର ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ ଚାଲିଥିବା ବେଳେ ବିଦ୍ୱାନ ପୂଜକ ମାନଙ୍କ ମନ୍ତ୍ର ପାଠ ରେ କମ୍ପି ଉଠୁଥିଲା ସାରା ପରିବେଶ l ସନ୍ଧି ନୁଆଁ ପୋଲି ଗାଁ ର ସାହୁ ପରିବାର ଙ୍କ ସହଯୋଗ ରେ ଏହି ବୀର ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ର ମହିଳା ମାନଙ୍କ ସୁନ୍ଦର ଭାବେ ହରେ କୃଷ୍ଣ ହରେ କୃଷ୍ଣ ହରେ ରାମ ହରେ ରାମ ନାମ ସଂକ୍ରି ତନ କଳାକାର ମାନଙ୍କ ପରିବେଷଣ ଆଖ ପାଖ ଅଞ୍ଚଳ ର ଶ୍ରଦ୍ଧାଳୁ ମାନଙ୍କ ମନରେ ଏକ ଚେତନା ଜାଗ୍ରତ ସୃଷ୍ଟି ହୋଇ ଥିଲା l ସନ୍ଧି ନୁଆଁ ପୋଲି ଗ୍ରାମ ବାସି ଙ୍କ ଦୀର୍ଘ ବର୍ଷ ର ସପ୍ନ କୁ ସାକାର କରିଛନ୍ତି ଅଞ୍ଚଳ ର ଜଣା ଶୁଣା ସାହୁ ପରିବାର l ଏହି ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଦିନ ତମାମ ବହୁ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମି ଥିବା ଦେଖିବାକୁ ମିଳିଥିଲା l ଗୋବିନ୍ଦ ସାହୁ, ଶିବରାମ ସାହୁ ଏବଂ ଗ୍ରାମବାସୀ ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍