ଓଏଏସ୍ ପାଇଲେ ଆସିକାର ସିଂଗ୍ଧା ଓ ଇତିଶ୍ରୀ

ଓଏଏସ୍ ପାଇଲେ ଆସିକାର ସିଂଗ୍ଧା ଓ ଇତିଶ୍ରୀ

0 0
Read Time:2 Minute, 23 Second


ଆସିକା :-୨୭/୦୫/୨୬

ଚଳିତ ବର୍ଷ ସଦ୍ୟ ପ୍ରକାଶିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା (ଓଏଏସ୍) ରେ ଆସିକା ସହରର ସିଂଗ୍ଧା ସେନାପତି ଓ କାଳସଣ୍ଢପୁର ପଂଚାୟତ ର ନୂଆଗାଁ ର ଇତିଶ୍ରୀ ଜେନା ଉତୀର୍ଣ୍ଣ ହୋଇ ଅଂଚଳ ପାଇଁ ଗୌରବ ଆଣିଛନ୍ତି l ଆସିକା ସହରର ଜଣାଶୁଣା ବରିଷ୍ଠ ପୂର୍ବତନ କାଉନସିଲର ଏମ ରଶ୍ମିତା ସେନାପତି ଓ ଏମ ରଶ୍ମିତା ସେନାପତି ଙ୍କ ଜ୍ୟେଷ୍ଠ କନ୍ୟା ସିଂଗ୍ଧା ସେନାପତି l ସେ ପ୍ରଥମରୁ ଶିଶୁ ବିଦ୍ୟା ମନ୍ଦିର,+୨ ରେ ନୀଳକଣ୍ଠ ନଗର ଶିଶୁ ମନ୍ଦିର, ବୁର୍ଲା ରେ ବି ଟେକ ଏବଂ ଏମ ଟେକ ଶେଷ କରି ଓଏଏସ୍ ପରୀକ୍ଷା ଦେଇଥିଲେ l ପ୍ରଥମ ଥର ହୋଇ ନଥିଲେ ମଧ୍ୟ ଦ୍ୱିତୀୟ ଥର ୬୩ ନମ୍ବର ରେଙ୍କ ରଖି ସଫଳତା ପାଇଛନ୍ତି l ସେହିପରି ଆସିକା ଚିନିଶିଳ୍ପ
ନୂଆଗାଁର ଇତିଶ୍ରୀ ଜେନା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା (ଓଏଏସ୍)ରେ ୧୦ମ ସ୍ଥାନରେ ରହି କୃତକାର୍ଯ୍ୟ ହୋଇଛନ୍ତି। ନୂଆଗାଁ ଅଂଚଳ ର ଜଣେ ବ୍ୟବସାୟୀ ରୂପେ ପରିଚିତ ପ୍ରକାଶ ଜେନା ଓ ଗାୟତ୍ରୀ
ଜେନାଙ୍କ କନିଷ୍ଠା କନ୍ୟା ଇତିଶ୍ରୀ ଜେନା। ଦୁହେଁ ଆସିକା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଦୁଇ ଜଣ କଠିନ ପରିଶ୍ରମ, ନିରନ୍ତର ଚେଷ୍ଟା ତାଙ୍କୁ ଏହି ସଫଳତା ଆଣି ଦେଇଛି। ବାବନପୁର ସରସ୍ୱତୀ ଶିଶୁ ମନ୍ଦିର ପର୍ଯ୍ୟନ୍ତ ୫ମ ଶ୍ରେଣୀ ପଢ଼ା ପରେ ସୁରଙ୍ଗୀସ୍ଥିତ ନବୋଦୟ ବିଦ୍ୟାଳୟରେ ଯୁକ୍ତ ଦୁଇ ଓ ବିଜେବି ସ୍ଵୟଂଶାସିତ କଲେଜରେ ଯୁକ୍ତ ତିନି ଶିକ୍ଷାଲାଭ କରିଥିଲେ ସେ । ଦ୍ଵିତୀୟ ଥର
ୟୁପିଏସ୍‌ସି ପରୀକ୍ଷା ଦେଇ ସେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦୁହେଁ ସଫଳତାର ଶ୍ରେୟ
ସେ ପରିବାର ଲୋକ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି। ଜନସାଧାରଣ ଙ୍କ ପାଇଁ ଉତ୍ତମ ସେବା ଦେବାକୁ ଚେଷ୍ଟା କରିବୁ କହିଛନ୍ତି l ଦୁହିଁଙ୍କୁ ଅଞ୍ଚଳର ଶିକ୍ଷାବିତ, ସାମ୍ୱାଦିକ, ରାଜ ନେତା, ରାଜନୈତିକ ବ୍ୟକ୍ତି, କ୍ରୀଡା ପ୍ରେମୀ, ବନ୍ଧୁ ବର୍ଗ ଶୁଭେଚ୍ଛା ଜଣାଇଛନ୍ତି l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଶିକ୍ଷା