ଆସିକା ବ୍ଲକର ଛଅ ଗୋଟି ପଂଚାୟତକୁ ମିଳିବ ଯକ୍ଷ୍ମା ମୁକ୍ତ ପଂଚାୟତ ପୁରସ୍କାର 

ଆସିକା ବ୍ଲକର ଛଅ ଗୋଟି ପଂଚାୟତକୁ ମିଳିବ ଯକ୍ଷ୍ମା ମୁକ୍ତ ପଂଚାୟତ ପୁରସ୍କାର 

0 0
Read Time:2 Minute, 16 Second

ଜାତୀୟ ସ୍ୱାସ୍ଥ୍ୟ ମିଶନ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ର ଗୋଟି ପଂଚାୟତକୁ  ଯକ୍ଷ୍ମା ମୁକ୍ତ ପଂଚାୟତ ରୂପେ ପୁରସ୍କାର ମିଳିବ l ଆସିକା ଯକ୍ଷ୍ମାରୋଗ ଆରୋଗ୍ୟ ସାଧନା କେନ୍ଦ୍ର ପକ୍ଷରୁ ପଂଚାୟତ ର ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ, ମହିଳା ସ୍ୱାସ୍ଥ୍ୟ କର୍ମୀ,ଆଶା କର୍ମୀ ଦ୍ୱାରା ଗ୍ରାମ ଗ୍ରାମ ରେ ଯକ୍ଷ୍ମା ମୁକ୍ତ ନିମନ୍ତେ ସଚେତନତା କରିବା, କଫ ପରୀକ୍ଷା କରିବା, ରୋଗୀ ପାଖରେ ପହଂଚି ନିୟମିତ ନିରନ୍ତର ଔଷଧ ପ୍ରଦାନ କରିବା ସହ ମାସ ମାସ ସଂଖ୍ୟା ପୃଷ୍ଟିକର ଖାଦ୍ୟ ପ୍ରଦାନ କରିବା ଉପରେ ଅହରହ ଚେଷ୍ଟା କରି ଆସୁଛନ୍ତି l ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ବାଲ ଗୋପାଲ ବେହେରା ଓ ବରିଷ୍ଠ ଯକ୍ଷ୍ମା ପରିଦର୍ଶକ ସଂଗୀତା ରାଣୀ ସ୍ୱାଇଁ ଙ୍କ ପ୍ରତୋକ୍ଷ ତତ୍ୱା ଅବଧାନରେ ଚଳିତ ବର୍ଷ ଆସିକା ବ୍ଲକର ୦୬ ଗୋଟି ପଂଚାୟତ ଯକ୍ଷ୍ମା ମୁକ୍ତ ରୂପେ ଚିହ୍ନଟ ହୋଇ ଜିଲ୍ଲା କୁ ରିପୋର୍ଟ ପ୍ରଦାନ କରାଯାଇଛି l ଯେଉଁ ପଂଚାୟତ ଜନ ସଂଖ୍ୟା ଆଧାରରେ ଶତକଡା ୧% ଠାରୁ କମ ସଂଖ୍ୟକ ରୋଗୀ ଥିବେ ସେହି ପଂଚାୟତ କୁ ଯକ୍ଷ୍ମା ମୁକ୍ତ ପଂଚାୟତ ରୂପେ ଘୋଷଣା କରାଯାଇଥାଏ l ସେହି କ୍ରମରେ ଚଳିତ ୨୦୨୫-୨୬ ବର୍ଷ ପାଇଁ ବେଣାପାଟ 0.୬୮ %, ଗାଙ୍ଗପୁର ୦. ୮୫%, ହରିଡ଼ା ପଦର 0.୯୬ %,ସିଦ୍ଧନଈ ୦. ୪୧ %, ଚଢ଼େଆ ପଲ୍ଲୀ 0.୫୧ %, ବାଲି ଛାଇ ୦. ୭୫ %, ଏବଂ ବରଗାଁ ୦. ୫୬ % ଥିବାରୁ ଯକ୍ଷ୍ମା ମୁକ୍ତ ବୋଲି ଚିହ୍ନଟ କରାଯାଇଛି l ସେଥି ମଧ୍ୟରୁ ପୂର୍ବ ବର୍ଷ ଚଢ଼େଆ ପଲ୍ଲୀ,ବାଲି ଛାଇ, ବରଗାଁ କୁ ଯକ୍ଷ୍ମା ମୁକ୍ତ ପଂଚାୟତ ରୂପେ ବ୍ରୋଞ୍ଜ ପଦରେ ପୁରସ୍କୃତ କରାଯାଇଛି l ଚଳିତ ବର୍ଷ ଚଢ଼େଆ ପଲ୍ଲୀ,ବାଲି ଛାଇ ପଂଚାୟତ କୁ ରୋପ୍ୟ ପଦକ ରେ ପୁରସ୍କୃତ କରାଯିବା କାର୍ଯ୍ୟକ୍ରମ ରହିଛି l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ