ସପ୍ତଠାକୁରାଣୀଙ୍କ ଅନ୍ତିମ ଘଟ ପରିକ୍ରମା ଶେଷ:ଭାର ଧରି ସମସ୍ତ ଠାକୁରାଣୀ ପ୍ରତ୍ୟାବର୍ତ୍ତନ

ସପ୍ତଠାକୁରାଣୀଙ୍କ ଅନ୍ତିମ ଘଟ ପରିକ୍ରମା ଶେଷ:ଭାର ଧରି ସମସ୍ତ ଠାକୁରାଣୀ ପ୍ରତ୍ୟାବର୍ତ୍ତନ

0 0
Read Time:2 Minute, 49 Second

ଗଞ୍ଜାମ ଜିଲ୍ଲା ଆସିକା ସହରର ଜାଲାଗୋର୍ଜି ଛକଠାରେ ଗତ ୧୮ରୁ ଆରମ୍ଭ ହୋଇଥିବା ମା’ ଫୁଲକେଶନୀ ଠାକୁରାଣୀଙ୍କ ତ୍ରୈବାର୍ଷିକ ଯାତ୍ରାରେ ଶନିବାର ଦିନ ଅନ୍ତିମ ଦିବସରେ ସପ୍ତଠାକୁରାଣୀଙ୍କ ସମଗ୍ର ସହରରେ ରାତ୍ର ତମାମ ପରିକ୍ରମା କରିଥିଲେ ।  ପୂର୍ବ ନିର୍ଦ୍ଧାରିତ ପ୍ରକାରେ ସକାଳୁ ଅସ୍ଥାୟୀ ମଣ୍ଡପରେ ପୂଜାର୍ଚ୍ଚନା ଓ ଯଜ୍ଞ ମଣ୍ଡପରେ ହୋମ ଯଜ୍ଞ ସମାପନ ହୋଇଥିଲା । ରାତ୍ର ୮ଟା ବେଳେ ସନ୍ଧ୍ୟା ଆଳତୀ ଓ ଯଜ୍ଞ ସରିବା ପରେ ବିପୁଳ ଜନସମାଗମରେ ସହଠାକୁରାଣୀଙ୍କ ଏହି ମା ଫୁଲକେଶନୀଙ୍କ ତ୍ରୈବାର୍ଷିକ ଯାତ୍ରା ଲାଲାଗୋର୍ଡ ଛକରୁ ବାହାରି ସହରର ବିଭିନ୍ନ ସାହି ପରିକ୍ରମା ପରେ ଅସ୍ଥାୟୀ ମଣ୍ଡପକୁ ଫେରିଥିଲେ । ରବିବାର ହୋମ ଯଜ୍ଞର ପୂର୍ଣ୍ଣାହୁତି ପରେ ଅପରାହରେ ସପ୍ତ ଠାକୁରାଣୀଙ୍କୁ ବିଧି ମୁତାବକ ବିଭିନ୍ନ ଭାର ଧରି ନିଜ ନିଜ ପୀଠକୁ ପ୍ରତ୍ୟାବର୍ତ୍ତନ କରିଥିଲେ।ସୂଚନାଯୋଗ୍ୟ ଗତ ୨୦୧୨ରୁ ଓଡିଆ ସାହିରେ ବିଜେ ମା’ ଫୁଲେକଶନୀ ଠାକୁରାଣୀଙ୍କ ଏହି ତ୍ରୈବାର୍ଷିକ ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରାରେ ମା ଫୁଲକେଶରୀଙ୍କ ସମେତ ଆସିକାର ଆରାଧ୍ୟ ଦେବୀ ମା’ ଖମ୍ବେଶ୍ୱରୀ, ମା କାଳିମୁଖୀ, ମା ବୁଢୀଠାକୁରଣୀ, ମା ମାଣିକେଶ୍ଵରୀ, ମା ଗ୍ରାମଦେବତୀ ଓ ମା’ ବିମଳାଙ୍କୁ ଆବାହନ ପୂର୍ବକ ଅସ୍ଥାୟୀ ମଣ୍ଡପରେ ବିଜେ କରି ପୂଜାର୍ଚ୍ଚନା ଚାଲିଥିଲା । ଯାତ୍ରା ପରିଚାଳନା କମିଟିର ସଭାପତି ପି. ଶିବଶଙ୍କର ପାତ୍ର,ଉପଦେଷ୍ଟା ସତ୍ୟନାରାୟଣ ରଥ,ମନୋଜ କୁମାର ମୁନି, ଉପସଭାପତି ତାରିଣୀ ସେନାପତି ସମେତ ବିଭିନ୍ନ ଯୋନର ପରିଚାଳନାରେ ରହିଥିବା ସଦସ୍ଯଙ୍କ ସହଯୋଗରେ ଯାତ୍ରା ଉତ୍ସବ ମୁଖରିତ ହୋଇଥିଲା ।ଯାତ୍ରାକୁ ସଫଳ କରାଇବା ଦିଗରେ ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀଙ୍କ ତତ୍ୱବାଧାନରେ ଆସିକା ବିଡ଼ିଓ ଫକୀର ଚରଣ ପରିଡା,ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶନୀ, ଆସିକା ଏସ୍‌ଡିପିଓ ସଂଜୟ କୁମାର ମହାପାତ୍ର, ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକଙ୍କ  ଉତ୍ସବ ଶୃଙ୍ଖଳିତ ଭାବେ ପରିଚାଳିତ ହୋଇଥିଲା ବେଳ ଯାତ୍ରା କମିଟି,ପ୍ରତ୍ୟେକ ଯୋନ କମିଟି ଏବଂ ସାହି ବାସିନ୍ଦା ମାନଙ୍କ ଏହି ଯାତ୍ରାରେ ଅକୁଣ୍ଠ ସହଯୋଗ ପ୍ରଦାନ ରହିଥିଲା।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ