ମା ଫୁଲକେଶନୀଙ୍କ ଯାତ୍ରା ଆରମ୍ଭ:ଅସ୍ଥାୟୀ ମଣ୍ଡପରେ ପୂଜା ପାଇଲେ ସପ୍ତ ଠାକୁରାଣୀ

ମା ଫୁଲକେଶନୀଙ୍କ ଯାତ୍ରା ଆରମ୍ଭ:ଅସ୍ଥାୟୀ ମଣ୍ଡପରେ ପୂଜା ପାଇଲେ ସପ୍ତ ଠାକୁରାଣୀ

0 0
Read Time:3 Minute, 17 Second

ଆସିକା(୧୯.୬)ଠାକୁରାଣୀ ମା ଫୁଲକେଶନୀଙ୍କ ତ୍ରୟୋବାର୍ଷିକ ଯାତ୍ରା ଅବସରରେ ଆଜି  ଠାକୁରାଣୀ ଙ୍କୁ ଆହ୍ବାନ କରାଯାଇ ଅସ୍ଥାୟୀ ମଣ୍ଡପରେ ବିଜେ କରାଯାଇଛି। ପ୍ରାତହ ସମୟ  ପ୍ରାୟ ୭ଟା ବେଳେ ପୋଲକାଶୁଣି ମନ୍ଦିର ରେ ସ୍ତୋତ୍ରିୟ ପଣ୍ଡିତ ବ୍ରାହ୍ମଣ ବୃନ୍ଦ  ଙ୍କ ଦ୍ଵାରା  ପୂଜାର୍ଚ୍ଚନା କରାଯାଇ ଆଜ୍ଞା ମାଳ ପ୍ରାପ୍ତ ପରେ ବାଜା ବାଜଅଣା ସହ ଶୋଭାଯାତ୍ରା ରେ ମା ଙ୍କୁ ଅସ୍ଥାୟୀ ମଣ୍ଡପରେ ବିଜେ କରାଯାଇ ଥିଲା। ପରେ ଯାତ୍ରା ପରିଚାଳନା କମିଟିର ସଭାପତି ଶିବ ଶଙ୍କର ପାତ୍ର, ଉପଦେଷ୍ଟା ସତ୍ୟ ନାରାୟଣ ରଥ,ମନୋଜ ମୁନୀ, ଉପସଭାପତି ତାରିଣୀ ସେନାପତି, ସୁରେନ୍ଦ୍ର ବିଷୋୟୀ,ରବୀନ୍ଦ୍ର ପୋଲେଇ ସଂଜୟ ସାହୁ, ସାନ୍ତୁନୁ ସାହୁ,ସରୋଜ ଦାସ,ପ୍ରସନ୍ନ ତ୍ରିପାଠୀ,ଦେବ ହରି ମହାନ୍ତି,ବିଶ୍ଵନାଥ ସାହୁ,ନିରଞ୍ଜନ ମହାନ୍ତି,ଗଣପତି ରେଡ୍ଡୀ ଙ୍କ ସମେତ ସମସ୍ତ କର୍ମ କର୍ତ୍ତା ଓ ବହୁ ସ୍ବେଛାସେବୀ ଙ୍କ ଗହଣ ରେ ଶତାଧିକ ଭକ୍ତ,ମହିଳା ଓ ସ୍ତୋତ୍ରିୟ ପଣ୍ଡିତ ବ୍ରାହ୍ମଣ ବୃନ୍ଦ  ଶୋଭାଯାତ୍ରା ରେ  ଯାଇ ଆସିକା ସହର ର ମା ଖମ୍ବେଶ୍ୱରୀ, ବସଷ୍ଟାଣ୍ଡ ର ବୁଢ଼ୀ ଠାକୁରାଣୀ, ମା କଳିମୁଖି,ମା ମାଣିକେଶ୍ଵରୀ, ଲାଲା ଶାସନ ର ମା ବିମଳା ସୁନାମ୍ବ ସାହି ର ଗ୍ରାମଦେବତୀ ମନ୍ଦିର ରେ ପହଞ୍ଚି ଠାକୁରାଣୀ ଙ୍କୁ ବ୍ରାହ୍ମଣ ବୃନ୍ଦ  ଙ୍କ ଦ୍ଵାରା  ପୂଜାର୍ଚ୍ଚନା କରାଯାଇ ଆଜ୍ଞା ମାଳ ପ୍ରାପ୍ତ ପରେ ବାଜା ବାଜଅଣା ସହ ଶୋଭାଯାତ୍ରା ରେ ଅଣାଯାଇ ଲାଲା ଗୋର୍ଜି ଛକ ନିକଟରେ  ପୂଜା ନିମନ୍ତେ ନିର୍ମିତ ଅସ୍ଥାୟୀ ମଣ୍ଡପ ରେ ବିଜେ କରାଯାଇ ସ୍ଵତନ୍ତ୍ର ପୂଜା ପାଠ ଆରମ୍ଭ ହୋଇଛି।  ସେହିପରି ହୋମ ଓ ଯଜ୍ଞ ନିମନ୍ତେ ନିର୍ମିତ ଅସ୍ଥାୟୀ ମଣ୍ଡପ ରେ ମଧ୍ୟ ପୂଜା ପାଠର ଶୁଭାରମ୍ଭ କରାଯାଇ ହୋମ କୁଣ୍ଡ ରେ ଅଗ୍ନି ସ୍ଥାପନ ଓ ମଧ୍ୟାର୍ଣ ଭୋଗ ପରେ ଅବକାଶ ନୀତି  ଅନୁଷ୍ଟିତ ହୋଇଛି।ପୂଜା କାର୍ଯ୍ୟ ରେ ପଣ୍ଡିତ ରାମ କୃଷ୍ଣ ନନ୍ଦ,ପ୍ରମୋଦ ହୋତା, ଷଷ୍ଠୀ ପ୍ରସାଦ ହୋତା, ସାନୁଜ ମିଶ୍ର, ସୀତାରାମ ଦାସ, ବିଘ୍ନେଶ୍ୱର ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ମିଶ୍ର ଙ୍କ ସମେତ ସହଯୋଗୀ ବ୍ରାହ୍ମଣ ମାନେ ସହାୟତା କରୁଛନ୍ତି।ଯାତ୍ରା ୩୦ ତାରିଖ ଯାଏଁ ଅନୁଷ୍ଟିତ ହେବାକୁ ଥିବା ବେଳେ ଯାତ୍ରା ହେଉଥିବା ସାହି ମାନଙ୍କ ରେ ରଙ୍ଗ ବେରଙ୍ଗ ଆଲୁଅ ମାଳ ଆକର୍ଷଣୀୟ ତୋରଣ ଓ ମେଢ ସ୍ଥାପନ ହେବାରେ ଲାଗିଛି। ପ୍ରଶାସନ ଓ ଯାତ୍ରା ପରିଚାଳନା କମିଟି ପକ୍ଷରୁ ଶ୍ରଦ୍ଧାଳୁ ଭକ୍ତ ଙ୍କ ଦର୍ଶନ ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Happy
Happy
0 %
Sad
Sad
0 %
Excited
Excited
100 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ