ଅନଲାଇନ ରେ ନିମିନା ପଂଚାୟତ ବୈଠକ : ସଭା ଖାତାରେ ଲେଖା ହେଲାନି ବିବରଣୀ

ଅନଲାଇନ ରେ ନିମିନା ପଂଚାୟତ ବୈଠକ : ସଭା ଖାତାରେ ଲେଖା ହେଲାନି ବିବରଣୀ

0 0
Read Time:2 Minute, 0 Second

ଆସିକା ବ୍ଲକ ନିମିନା ପଂଚାୟତ ରେ ଅଜବ ଧରଣର ମାସିକ ବୈଠକ ଅନୁଷ୍ଠିତ ହୋଇଅଛି l ସ୍ଥାନୀୟ ସରପଞ୍ଚ ବିଦ୍ୟାନ୍ତ ଚର୍ଚ୍ଚିଙ୍କ ଅଧକ୍ଷତା ରେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟାଧର ସେଠୀ, ଗ୍ରାମ ରୋଜଗାର ସେବକ ନିମାଇଁ ଚରଣ ଦାସ,, ଯୋଗାଣ ସହାୟକ ଦପ୍ତ ଚରଣ ଚର୍ଚ୍ଚି, ୱାର୍ଡ ସଭ୍ୟ ସନ୍ତୋଷ କୁମାର ନାଏକ, ମହିଳା ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି, ଆଶା କର୍ମୀ ପ୍ରମୁଖ ଉପସ୍ଥିତ ରହିଥିଲେ l ବୈଠକସମ୍ପୂର୍ଣ ଅନଲାଇନ ରେ ହେଲା ବୋଲି  ସଭା ଖାତା ଲେଖିବାକୁ ମନା କଲେ କାର୍ଯ୍ୟନିର୍ବାହୀ ଅଧିକାରୀ l ସରପଞ୍ଚ, ଅନ୍ୟ ସଦସ୍ୟ ମାନେ ପଚରିବାରୁ ଆଉ ଆବଶ୍ୟକ ନାହିଁ ବୋଲି କୁଆଡେ ପିଇଓ କହିଥିଲେ l ଗତ ବୈଠକ ର ବିବରଣୀ ପଠନ, ଦୃଢ଼ୀକରଣ ନହୋଇ ବୈଠକ ଆରମ୍ଭ ହୋଇଥିଲା l ଗ୍ରାମର କିଛି ସାହି କୁ ପାନୀୟ ଜଳ ଆସୁନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ l ତୁରନ୍ତ ପାନୀୟ ଜଳ ପାଇଁ ନଳକୂପ ଖନନ ପାଇଁ ପ୍ରସ୍ତାବ ରଖିଥିଲେ ୱାର୍ଡ ସଭ୍ୟ l ନିମିନା ରେ ଥିବା ପୁରାତନ ଆୟୁର୍ବେଦିକ ହସ୍ପିଟାଲ କୁ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କରିବା, ନିମିନା ଛକରେ ପୋଲିସ ଫାଣ୍ଡି ସ୍ଥାପନ, ପୋଖରୀ ଖନନ, ଗାଈ, କୁକୁଡ଼ା, ଛେଳି ଗୁହାଳ, ମୋ ଉପକାରୀ ବଗିଚା କରିବା ସକାଶେ ଆଲୋଚନା ହୋଇଥିଲା l ଗ୍ରାମ ରେ ଅଧାରୁ ପାଠ ଛାଡିଥିବା ଶିଶୁ କୁ ସ୍କୁଲ ରେ ନାମ ଲେଖା କରିବା, ଗ୍ରାମର ସିଆରପି, ଏମବିକେ, ବ୍ୟଙ୍କ ମିତ୍ର, ଅଙ୍ଗନବାଡି ସମସ୍ତେ ମିଶି ଲୋକ ମାନଙ୍କ ପାଇଁ କାମ କରିବାକୁ ବୈଠକ ରେ ଆଲୋଚନା ହୋଇଥିଲା l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ରାଜନୀତି