ଧରାକୋଟ ଗୋଷ୍ଠୀ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ବଳରାମ ଋଣ ବିତରଣ ମେଳା ସଫଳତାର ସହ ଆୟୋଜନ ହୋଇଯାଇଛି। ବ୍ଲକ କୃଷି ଅଧିକାରୀ ବିଶ୍ୱନାଥ ବେହେରା ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏଥିରେ ମୂଖ୍ୟ ଅତିଥି ଭାବରେ ବି ଡି ଓ ଡେନିସ ବେହେରା ଯୋଗଦେଇ ବଳରାମ ଯୋଜନା ର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବା ସହ ଯୁଗ୍ମ ଗୋଷ୍ଠୀର ସଦସ୍ୟ ମାନଙ୍କୁ ଅର୍ଥ ରାଶିର ସଠିକ ଭାବରେ ବିନିଯୋଗ ଓ ପରିଶୋଧ କରିବା ପାଇଁ ଉପଦେଶ ପ୍ରଦାନ କରିଥିଲେ। ଋଣ ବଣ୍ଟନ ମେଳା ରେ 17 ଗୋଟି ଗୋଷ୍ଠୀକୁ 16.40 ଲକ୍ଷ୍ୟ ଟଙ୍କା ବିତରଣ କରାଯାଇଥିଲା । ସମବାୟ ବ୍ୟାଙ୍କ ଶାଖା ପରିଚାଳକ ସୁଜାତା ତ୍ରିପାଠୀ ଆଗାମୀ ଦିନରେ ଅନ୍ୟାନ୍ୟ ଗୋଷ୍ଠୀକୁ ଅଧିକ ପରିମାଣର ଋଣ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ। ସମବାୟ ଇନ୍ସପେକ୍ଟର କୃଷ୍ଣ ବେହେରା ଚାଷୀ ମାନଙ୍କୁ ଋଣ ଟଙ୍କାର ବିନିଯୋଗ କରି ଆତ୍ମ ନିର୍ଭଶୀଳ ହେବା ପାଇଁ ଚାଷୀ ମାନଙ୍କୁ ଆହ୍ବାନ ଦେଇଥିଲେ। ମେଳାରେ କୃଷକ ସାଥୀ, ସି ଆର ପି, ଏମ ବି କେ,ସମବାୟ ସମିତି ସଂପାଦକ ଓ ବହୁ ସଂଖ୍ୟାରେ କୃଷକ ଯୋଗଦେଇଥିଲେ । ସହକାରୀ କୃଷି ଅଧିକାରୀ ଅନିଲ କୁମାର ବେହେରା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
ବଳରାମ ଋଣ ବଣ୍ଟନ ମେଳା
Read Time:1 Minute, 37 Second

