ଜାହାଡ଼ା ରେ ଗଣେଶ ପୂଜା ବନ୍ଦ ସକାଶେ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି

ଜାହାଡ଼ା ରେ ଗଣେଶ ପୂଜା ବନ୍ଦ ସକାଶେ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି

0 0
Read Time:1 Minute, 43 Second

ଧରାକୋଟ ଥାନା ଅନ୍ତର୍ଗତ ଜାହାଡା ଗ୍ରାମରେ ବିଶୃଙ୍ଖଳା ଓ ଉତ୍ତେଜନା ପରିସ୍ଥିତି କୁ ଏଡ଼ାଇବା ପାଇଁ ଧରାକୋଟ ଥାନା ଅଧିକାରୀ ଉମାକାନ୍ତ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଥାନା ପରିସରରେ ଜାହାଡା ଗ୍ରାମର ଉଭୟ ଗୋଷ୍ଠୀର ଭଦ୍ର ବ୍ୟକ୍ତିଙ୍କୁ ନେଇ ଏକ ଶାନ୍ତି କମିଟି ଗଠନ କରାଯାଇଛି। ଏହି କମିଟିରେ ଜାହାଡା ସରପଞ୍ଚ ସତ୍ୟବାଦୀ ସ୍ୱାଇଁ,ଗ୍ରାମ୍ୟ କମିଟି ଉପଦେଷ୍ଟା ଭଗବାନ ପରିଡ଼ା,ସମବାୟ ସମିତି ସଭାପତି କୈଳାସ ଚନ୍ଦ୍ର ପ୍ରଧାନ, କାହ୍ନୁ ଚରଣ ପ୍ରଧାନ,ଗୋକୁଳ ସ୍ୱାଇଁ,ବିଶ୍ୱଜିତ୍ ନାୟକ,ବାଳକୃଷ୍ଣ ଗୌଡ଼,ନୀଳମଣି ସ୍ୱାଇଁ,ସମୀର ସ୍ୱାଇଁ ପ୍ରମୁଖ ରହିଛନ୍ତି। ଆଗାମୀ ଦିନରେ ହେବାକୁଥିବା ଜାହାଡା ଗ୍ରାମର ସାମୁହିକ ଗଣେଶ ପୂଜା କୁ ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ବନ୍ଦ ରଖିବାକୁ ସହମତି ଭିତ୍ତିରେ ନିଷ୍ପତି ନିଆଯାଇଛି । ଏଥିପାଇଁ ଗାଁରେ ଶାନ୍ତି ଓ ସଦଭାବନା ବଜାୟ ରଖିବାକୁ ଥାନା ତରଫରୁ ଗାଁରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏହି ବୈଠକରେ ସବ ଇନ୍ସପେକ୍ଟର ବାଲ୍ମୀକି ପ୍ରଧାନ ଙ୍କ ସମେତ ଥାନାର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ପରିସ୍ଥିତି ଦୃଷ୍ଟିରୁ ନିଜ ଘରେ ନିଜେ ଜଣେ ବ୍ୟକ୍ତି ଚାହିଁଲେ ଗଣେଶ ପୂଜା କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍