ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ମୁଣ୍ଡମରାଇ ଶାଖାରେ  ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ମୁଣ୍ଡମରାଇ ଶାଖାରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

0 0
Read Time:1 Minute, 21 Second

ଧରାକୋଟ ଅନ୍ତର୍ଗତ ମୁଣ୍ଡମରାଇ ସ୍ଥିତ ପ୍ରଜାପିତl ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ଶାଖା ତରଫରୁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରମିଳା ବିଶୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଥାନା ଅଧିକାରୀ ଉମା କାନ୍ତ ସାହୁ,ରାଜ ଯୋଗୀ ବିଜୟ ଭାଇ,ରାଜ ଯୋଗିନୀ ସତ୍ୟlବତୀ ଭଉଣୀ ପ୍ରମୁଖ ମଞ୍ଚାସିନ ରହିଥିଲେ ।କେନ୍ଦ୍ରର ପରିଚାଳିକା ରଜାଯୋଗିନି ବ୍ରହ୍ମା କୁମାରୀ ସୌଦାମିନୀ ଭଉଣୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ସାଂପ୍ରତିକ ପରିସ୍ଥିତିରେ ଆଧ୍ୟାତ୍ମିକ ଜ୍ଞାନର ଆବଶ୍ୟକତା ଓ ଯୋଗ ର ମହତ୍ତ୍ଵ ସହ ପବିତ୍ର ରହିବା ପାଇଁ ଗୁରୁତ୍ବ ପୂର୍ଣ୍ଣ ପରାମର୍ଶ ଅତିଥି ମାନେ ଦେଇଥିଲେ । ଏହି କାର୍ଯ୍ୟ କ୍ରମରେ ଅନୁଷ୍ଠାନର ବହୁ ଅନୁଗାମୀ ଭାଇ ଭଉଣୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସହଯୋଗ ପ୍ରଦାନ କରିଥିଲେ ।ଏଥିରେ ମୁଖ୍ୟତଃ ଶିବ ମହିମା ଉପରେ ଦିଗ ଦର୍ଶନ ଦିଆଯାଇଥିଲା ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍