ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଗୋବରା ଠାରେ, ରକ୍ଷାବନ୍ଧନ, କଳ୍ପତରୁ ବୃକ୍ଷରୋପଣ ଉତ୍ସବ ଏବଂ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ବ୍ରହ୍ମା କୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଶାଖା ଆଶ୍ରମ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ, ସୋରଡ଼ା – ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ , ବେଲଗୁଣ୍ଠା ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ରହ୍ମାକୁମାରୀ ମାନେ , ଅତିଥିଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ଏହାସହ ବିଧାୟକ , ବ୍ଳକ ଅଧ୍ୟକ୍ଷ ଓ ଆମନ୍ତ୍ରିତ ଅତିଥି ଙ୍କ ଦ୍ଵାରା ଆଶ୍ରମ ପରିସରରେ ବୃକ୍ଷ ରୋପଣ ଏବଂ ସ୍ବାଧିନତାର ଅମୃତ ମହୋତ୍ସବ ପାଳନ କରାଯାଇଥିଲା । ଆଶ୍ରମ ପକ୍ଷରୁ ଅତିଥି ଙ୍କୁ ଉପଢୈ।କନ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ ସମସ୍ତ କାର୍ଯ୍ୟକ୍ରମ ରେ , ଦ୍ବିତିକୃଷ୍ଣ ସାହୁ , କୁଞ୍ଜବିହାରୀ ନାୟକ , ବୁଦ୍ଧିଜୀବୀ ଓ ସ୍ଥାନୀୟ ଆଧ୍ୟାତ୍ମିକ ପ୍ରେମୀ ମାନେ ଯୋଗ ଦେଇଥିଲେ ।
ବ୍ରହ୍ମାକୁମାରୀ ବେଲଗୁଣ୍ଠା ଶାଖା ପକ୍ଷରୁ ରକ୍ଷାବନ୍ଧନ , କଳ୍ପତରୁ ଓ ଅମୃତ ମହୋତ୍ସବ ପାଳିତ ।
Read Time:1 Minute, 18 Second

