ହିଞ୍ଜିଳିକାଟୁ ପୌରାଞ୍ଚଳ ୮ନଂ ୱାର୍ଡ ରେଗିଡି ସାହି ବାସିନ୍ଦା ଯୋଗିନ୍ଦ୍ର ସେଠିଙ୍କ ଘରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ଆସବାବ ପତ୍ର ସମେତ ସୁନା ଓ ରୂପା ଅଳଙ୍କାର ପୋଡି ସମ୍ପୁର୍ଣ୍ଣ ପାଉଁଶ ହୋଇଯାଇଛି । ଶୁକ୍ରବାର ସକାଳ ପ୍ରାୟ ୧୦ଟା ସମୟରେ ଯୋଗିନ୍ଦ୍ରଙ୍କ ଘରୁ ଧୁଆଁ ବାହାରୁଥିବା ସାହି ପଡୋଶୀ ଦେଖି ହିଞ୍ଜିଳିକାଟୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ କେନ୍ଦ୍ର ଅଧିକାରୀ ଗୌତମ ସାହୁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘରର ସମ୍ମୁଖ ଭାଗ କବାଟ ଭାଙ୍ଗି ନିଆଁକୁ ଆୟତ୍ତ କରିଥିଲେ । ନିଆଁର ପ୍ରକୋପରେ ଆଲମାରୀ, ପଲଙ୍କ, ଲୁଗାପଟା, ଚାଉଳ, ଘରକରଣା ସାମଗ୍ରୀ ସମେତ ଝିଅ ବାହାଘର ସକାଶେ ରଖାଯାଇଥିବା ସୁନା ଓ ରୂପା ଅଳଙ୍କାର, ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ଆଧାରକାର୍ଡ ସମେତ ବହୁ ଆସବାବ ପତ୍ର ପୋଡି ସମ୍ପୁର୍ଣ୍ଣ ପାଉଁଶ ହୋଇଯାଇଥିବା ନେଇ ଯୋଗିନ୍ଦ୍ର କହିଛନ୍ତି । ଘଟଣା ପରେ ତହସିଲଦାର ପ୍ରଭାତ କୁମାର ପରିଡା ଓ ରାଜସ୍ୱ ନିରୀକ୍ଷକ ଅରବିନ୍ଦ ଦାସ ଘଟଣା ସ୍ଥଳରେର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ ଓ ସଂପୃକ୍ତ ୱାର୍ଡର କାଉନସିଲର ଘଟଣା ସ୍ଥଳରେ ପହଞ୍ଚି ପିଡିତ ପରିବାରଙ୍କୁ କିଛି ଆର୍ଥୀକ ସହାୟତା ପ୍ରଦାନ କରିଛନ୍ତି । ପ୍ରଦୀପ୍ତ ବେହେରା, ହରିହର ବେହେରା, ଉମେଶ ପ୍ରଧାନ, ମନୋଜ ବିଶ୍ୱାଳ ଓ ହେମନ୍ତ ବେହେରା ପ୍ରମୁଖ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ ।
ସର୍ଟସର୍କିଟରୁ ଅଗ୍ନିକାଣ୍ଡ : ସମ୍ପତି ପୋଡି ପାଉଁଶ
Read Time:2 Minute, 0 Second

