ଜାତୀୟ ରାଜପଥ ଉପରେ ଗର୍ତ୍ତ, ବଢୁଛି ଦୃଘଟଣା

ଜାତୀୟ ରାଜପଥ ଉପରେ ଗର୍ତ୍ତ, ବଢୁଛି ଦୃଘଟଣା

0 0
Read Time:2 Minute, 15 Second

ଧରାକୋଟରେ (୧୬.୭)ଦୁର୍ଘଟଣା କୁ ଏଡାଇବାକୁ ସରକାର ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି। ଟ୍ରାଫିକ ବ୍ୟବସ୍ଥା ଠାରୁ ଉତ୍ତମ ସଡ଼କ ନିର୍ମାଣ ପର୍ଯ୍ୟନ୍ତ ସରକାର ସବୁକିଛି କରୁଛନ୍ତି । ଲକ୍ଷ୍ୟ ରହିଛି ଧନ ଜୀବନ ର ସୁରକ୍ଷା । ଏଥିପାଇଁ ଜାନୁଆରୀ ମାସରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇ ସଚତେନତା କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି। ହେଲେ ବାସ୍ତବ ଚିତ୍ର କିନ୍ତୁ ଅଲଗା। କାଗଜ କଲମରେ ଘୋଷଣା କରାଯାଇଥିବା କଥା ବାସ୍ତବ ରୂପ ନେବାପାଇଁ ଲାଗୁଛି ସତେ ଯେମିତି ପ୍ରଶାସନର ଅଧିକାରୀ ମାନେ ପଛ ଘୁଞ୍ଚା ଦେଉଛନ୍ତି।
 ସଂପ୍ରତି ଗୋପାଳପୁର ଠାରୁ ଖରୀଆର ରୋଡ ଯାଇଥିବା ଜାତୀୟ ରାଜପଥ ୫୯ ଏକ ଦୁର୍ଘଟଣା ବହୁଳ ରାସ୍ତା ଭାବରେ ପରିଗଣିତ ହେଇଛି। ଏହି ରାସ୍ତା ର ଆସିକା ଠାରୁ ଯାନବିଲି ମଧ୍ୟରେ ବହୁ ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ପ୍ରତିଦିନ ଏହି ରାସ୍ତା ଦେଇ ଘରୋଇ ବସ, ଟ୍ରକ୍, କାର,ମଟର ସଇକେଲ ,ଟ୍ରାକ୍ଟର, ଆମ୍ବୁଲାନ୍ସ ବହୁ ସଂଖ୍ୟାରେ ଯାତାୟାତ କରିଥାଏ। ଏଣୁ ଏହା ଏକ ବ୍ୟସ୍ତ ବହୁଳ ରାସ୍ତା ଭାବରେ ଜଣାଶୁଣା। କିନ୍ତୁ ରାଜପଥ ବିଭାଗର ପଦାଧିକାରୀ ମାନଙ୍କ ବେପରୁଆ ମନୋଭାବ ପୋଷଣ ପାଇଁ ଦୁର୍ଘଟଣା ଘଟୁଛି। ଗର୍ତ୍ତ ଗୁଡ଼ିକ ଦୂରକୁ ଦିଶୁ ନଥିବାରୁ ହଠାତ୍ ବ୍ରେକ ଦେବା ଯୋଗୁଁ ଗାଡି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟୁଛି। ବିଶେଷ କରି ଢ଼ଉଗାଁ, ଭଣ୍ଡାରିବସା, ମୁଣ୍ଡମାରାଇ ଓ ଘୋଡ଼ାପଲ୍ଲି ନିକଟସ୍ଥ ଋଷିକୁଲ୍ୟା କେନାଲ ନିକଟରେ ରାସ୍ତା ଉପରେ ଗର୍ତ୍ତ ହୋଇ ରହିବା ଯୋଗୁଁ ଏଥିରେ ପାଣି ଜମିରହୁଚି । ଯାହାକି ଦୁର୍ଘଟଣାର କାରଣ ସାଜିଛି। ଏଣୁ ବିଭାଗୀୟ ଧଳା ହାତୀ ମାନେ ଠିକାଦାର ମାନଙ୍କ ସହ ମଧୁ ଚନ୍ଦ୍ରିକା ଠାରୁ ଦୂରେଇ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ସାଧାରଣ ଜନତା ଦାବୀ କରିଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍