ସାନଖେମୁଣ୍ଡି ତାଲୁକାର ନୂତନ କର୍ମକର୍ତା ଗଠନ ବୈଠକ ।

ସାନଖେମୁଣ୍ଡି ତାଲୁକାର ନୂତନ କର୍ମକର୍ତା ଗଠନ ବୈଠକ ।

0 0
Read Time:1 Minute, 48 Second

ଗଞ୍ଜାମ ଜିଲ୍ଲା ଦଣ୍ଡାସୀ କୁଳ ମହାସଂଘ ପକ୍ଷରୁ ରବିବାର ଦିନ ସାନଖେମୁଣ୍ଡି ବ୍ଳକ ସାହାସପୁର ହାଟପଦା ନିକଟସ୍ଥ ଗଙ୍ଗାଦେବୀ ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିବା ଜଣାପଡ଼ିଛି । ସାନଖେମୁଣ୍ଡି ତାଲୁକା ଆନୁକୁଲ୍ୟରେ ଆୟୋଜିତ ମହାସଭାରେ ପ୍ରଶାନ୍ତ କୁମାର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ସଭା ପରିଚାଳନା କରିଥିଲେ । ଏଥିରେ ପ୍ରଦୀପ କୁମାର ନାୟକ , ଅଶୋକ କୁମାର ନାୟକ , ରମେଶ ନାୟକ , ଭଗବାନ ନାୟକ , କାଶି ବିଶ୍ୱନାଥ ନାୟକ , ଶିବ ନାୟକ , ଅଭିରାମ ନାୟକ , ଗୋବିନ୍ଦ ଚନ୍ଦ୍ର ନାୟକ , ଗୋବିନ୍ଦ ବିହାରୀ ନାୟକ ପ୍ରମୁଖ ସମ୍ମାନୀୟ ଅତିଥି ରୂପେ ମଞ୍ଚାସୀନ ରହିଥିଲେ । ବିଭିନ୍ନ ତାଲୁକାରୁ ଆସିଥିବା ମହାସଂଘ ସଭାରେ ସର୍ବସମ୍ମତିକ୍ରମେ ନୂତନ କମିଟି ଗଠନ କରାଯାଇଥିଲା । ଅର୍ଜୁନ ନାୟକଙ୍କୁ ମହାସଂଘର ଅଧ୍ଯକ୍ଷ ଭାବେ ମନୋନୀତ କରାଯାଇଥିବା ବେଳେ ତ୍ରିନାଥ ନାୟକଙ୍କୁ ସଭାପତି , ସିମାଞ୍ଚଳ ନାୟକଙ୍କୁ ଉପସଭାପତି , କୈଳାସ ନାୟକଙ୍କୁ ସଂପାଦକ , ପ୍ରଦୀପ ନାୟକଙ୍କୁ ସହ ସଂପାଦକ , ରଞ୍ଜନ ନାୟକଙ୍କୁ କୋଷାଧ୍ୟକ୍ଷ , କାଳୁ ଚରଣ ନାୟକଙ୍କୁ ପତ୍ର ବାହାକ , କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ବାବୁ ନାୟକ,କାମଦେବ ନାୟକ,ବୁଲୁ ନାୟକ,ଜଗନ୍ନାଥ ନାୟକ,ମାଧବ ନାୟକ ଓ ଦେବେନ୍ଦ୍ର ନାୟକଙ୍କୁ ମନୋନୀତ ହୋଇଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍