ଘୁମୁସର ଉପଖଣ୍ଡ ଗୃହନିର୍ମାଣ ସମବାୟ ସମିତିର ସଭାପତି ଭାବେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ଆସିକା ବ୍ଲକ ୩ନଂ ଜୋନର ଜିଲ୍ଲା ପରିଷଦ ବି. ମନୋଜ କୁମାର ଦୋରା ( ଗାନ୍ଧୀ )ନିଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି. ଘୁମୁସର ଉପଖଣ୍ଡ ଗୃହ ନିର୍ମାଣ ସେବା ସମିତିର ସଭାପତି ପଦବୀ ଲାଗି ମନୋଜଙ୍କ ବିପକ୍ଷରେ ଅନ୍ୟ କେହି ନାମାଙ୍କନ ଦାଖଲ ନକରିଥିବାରୁ ମନୋଜ ଏକମାତ୍ର6 ପାର୍ଥୀ ଭାବେ ପ୍ରସ୍ତାବକ ବାହନ ପତି ଓ ସମର୍ଥକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସହ ନିର୍ବାଚନ ଅଧିକାରୀ ସନାତନ ବେହେରାଙ୍କ ପାଖରେ ସମିତିର ସମ୍ପାଦକ ରାଜେଶ କୁମାର ସାହୁଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଥିଲେ. ନାମାଙ୍କନ ଦାଖଲର ଶେଷ ସମୟ ପର୍ଯ୍ୟନ୍ତ ଆଉ କେହି ନାମାଙ୍କନ ଦାଖଲ ନ କରିଥିବାରୁ ମନୋଜ ନିଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି. ଏବଂ ସମିତିର ନିର୍ଦ୍ଧେଶକ ଭାବେ ପ୍ରତାପ ଚନ୍ଦ୍ର ପ୍ରଧାନ, ବାହନ ପତି ସ୍ୱାଇଁ, ଜିତେନ୍ଦ୍ର ମହାରଣା, ସାଇରାଜ ଦଳାଇ, ରାଜେଶ୍ୱରୀ ଦାସ, ରାଜେଶ୍ୱରୀ ଦୋରା, ସସ୍ମିତା ପ୍ରଧାନ, ସୁପ୍ରଭା ସ୍ୱାଇଁ, ଶାଳମ୍ବରୀ ସେଠି, ପାଣ୍ଡଵ ସାହୁ, ସୂର୍ଯ୍ୟନାରାୟଣ ସାହୁ, ରବୀନ୍ଦ୍ର ନାଥ ପଣ୍ଡା ପ୍ରମୁଖ ନିଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି. ଉକ୍ତ ଅବସରରେ ମନୋଜଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି. ଶ୍ରୀ ଦୋରା ଉକ୍ତ ସଫଳତା ପାଇଁ ବିଧାୟିକା ମଞ୍ଜୁଳା ସ୍ୱାଇଁ, ଗଞ୍ଜାମ ଜୋନ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ବିଜେଡି ଜିଲ୍ଲା ଉପସଭାପତି ଦିଲୀପ ପ୍ରାଣିଗ୍ରାହୀ, ଜିଲ୍ଲା ସମ୍ପାଦକ ଅଭିମନ୍ୟୁ ନାହାକ, ବରିଷ୍ଠ ବିଜେଡି ନେତା ଭଗବାନ ସାହୁ, ବରିଷ୍ଠ ବିଜେଡି ନେତା ନନ୍ଦ କୁମାର ବିଷୋୟୀ, ସୂର୍ଯ୍ୟ ପରିଡା ସମେତ ଦଳୀୟ କର୍ମକର୍ତାଙ୍କୁ କୃତଜ୍ଞତା ଜଣେଇଛନ୍ତି. ଘୁମୁସର ଉପଖଣ୍ଡ ଗୃହନିର୍ମାଣ ସେବା ସମିତିର ଉନ୍ନତି କରିବା ଓ ସମସ୍ତ ଜନହିତକର ସେବା ଲୋକଙ୍କ ପାଖରେ ସହଜରେ ପହଞ୍ଚାଇ ଦେବା ଉଦେଶ୍ୟ ରେ ନିର୍ବାଚନ ଲଢ଼ିଥିବା ଶ୍ରୀ ଦୋରା କହିଛନ୍ତି.

