ଗୁଣ୍ଡିଚା ମନ୍ଦିରରେ ଲାଗିଲାଧରାକୋଟ ରଥ

ଗୁଣ୍ଡିଚା ମନ୍ଦିରରେ ଲାଗିଲା
ଧରାକୋଟ ରଥ

0 0
Read Time:1 Minute, 8 Second

ପୂର୍ବ ପ୍ରଚଳିତ ପରମ୍ପରା ଅନୁଯାୟୀ ଗୁଣ୍ଡିଚା ପରଦିନ ଶନିବାର ଦିନ ଏଠାରେ ରଥ ଟଣା ଯାଇଥିଲା। ତିନି ଠାକୁର ବଡଦାଣ୍ଡର ମଝି ରାସ୍ତାରେ ଅଟକି ଯିବାପରେ ସନ୍ଧ୍ୟା ହେବାରୁ ରଥ ଟଣା ବନ୍ଦ ରହିଥିଲା। ରବିବାର ଦିନ ପୁଣି ରଥ ଟଣା ଯାଇଥିଲା। ଡାହୁକର ଡାକ ତାଳେ ତାଳେ ରଥ ସିଧା ଗୁଣ୍ଡିଚା ମନ୍ଦିର ନିକଟରେ ପହଁଚିବା ପରେ ତିନି ଠାକୁରଙ୍କୁ ସନ୍ଧ୍ୟା ଆଳତୀ ପ୍ରଦାନ କରାଯାଇ ଭୋଗ ସମର୍ପଣ କରାଯାଇଥିଲା। ସୋମବାର ଠାରୁ ଗୁଣ୍ଡିଚା ମନ୍ଦିରରେ ହାଣ୍ଡି ଭୋଗ ଆରମ୍ଭ ହେବ। ବାହୁଡା଼ ଦିନ ରଥାରୁଢ଼ ଠାକୁରଙ୍କ ନିତିକାନ୍ତି ପରେ ଏକାଦଶୀ ରବିବାର ଦିନ ଏଠାରେ ରଥ ଟଣାଯିବ । ରଥଯାତ୍ରାକୁ ଶୃଙ୍ଖଳିତ କରିବା , ଟ୍ରାଫିକ ବ୍ୟବସ୍ଥା ସୁ ନିୟନ୍ତ୍ରିତ କରିବା ପାଇଁ ପୋଲିସ ତରଫରୁ ବନ୍ଦୋବସ୍ତ କରାଯାଇଥିବା ଥାନଧିକାରୀ ଉମାକାନ୍ତ ସାହୁ ସୂଚନା ଦେଇଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍